Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଲିଯାତ୍ରା ଭିଡ଼କୁ ପିଲା ଓ ବୃଦ୍ଧଙ୍କୁ ନ ଆଣିବାକୁ ଅପିଲ୍

Posted on November 13, 2025

ଛୋଟ ପିଲା ଓ ବୟସ୍କଙ୍କୁ ବାଲିଯାତ୍ରାକୁ ନେଇ ଆସନାହିଁ। ପ୍ରବଳ ଭିଡ଼ ଆଶାଙ୍କା କରି ରାଜ୍ୟବାସୀଙ୍କୁ ନିବେଦନ କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ। ଆଜି ଐତିହାସିକ କଟକ ବାଲିଯାତ୍ରା ଅନ୍ତମ ଦିନ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶେଷ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ନାଇଟ୍। ଏଥିପାଇଁ ପଡିଆରେ ଏଲ୍ଇଡି ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି। ଠିଆ ହୋଇ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ରବିବାର ଭଳି ଆଜି ବାଲିଯାତ୍ରରେ ଭିଡ଼ ହେବ ବୋଲି ଆଶଙ୍କା କରାଯାଇଛି। ତେଣୁ ବର୍ତ୍ତମାନଠୁ ଟ୍ରାଫିକ୍ କଟକଣା ଓ ଗାଡ଼ି ପରିଚାଳନା ଆରମ୍ଭ ହୋଇଛି। ଦର୍ଶକମାନେ ଶାନ୍ତିଶୃଙ୍ଖଳାରେ ମେଳା ବୁଲିବାକୁ ଆସିବାକୁ ଅପିଲ କରାଯାଇଛି।

ସୂଚନା ଅନୁଯାଇ ,ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା । ଆଠଦିନର ଏହି ମୁକ୍ତାକାଶ ବାଣିଜ୍ୟ ମେଳା ବୁଧବାର ଅର୍ଥାତ୍ ୧୨ତାରିଖ ସରିଥାନ୍ତା । କିନ୍ତୁ ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରେ ରଖି ଅବଧି ଦିନଟିଏ ବୃଦ୍ଧି କରାଯାଇଥିଲା । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦିନଟିଏ ବୃଦ୍ଧି ପାଇଛି, ତେଣୁ ବ୍ୟବସାୟୀମାନେ ପ୍ଲଟ୍ ବାବଦରେ ଅତିରିକ୍ତ ଦିନ ପାଇଁ ଆଉ କୌଣସି ଦେୟ ଦେବେ ନାହିଁ । ଗୁରୁବାର ରାତି ୧୧ଟାରେ ବାଲିଯାତ୍ରା ଶେଷ ହେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme