Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭିନ୍ନକ୍ଷମ ଶିଶୁଙ୍କର ହେବ ସର୍ଭେ, ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡ଼ି କର୍ମୀ

Posted on November 13, 2025

ରାଜ୍ୟରେ ଜନ୍ମରୁ ୬ ବର୍ଷ ମଧ୍ୟରେ ରହିଥିବା ଭିନ୍ନକ୍ଷମ ଶିଶୁଙ୍କର ସର୍ଭେ କରାଯିବ । ଚିହ୍ନଟ ଶିଶୁଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦, ଆର୍ପିଡବ୍ଲୁଡି ଆକ୍ଟ ୨୦୧୬ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସହଯୋଗ କରିବେ । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ଭେ କରାଯିବ । ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ଚିଠି କରାଯାଇଛି । ଏଥିସହ ସମସ୍ତ ଆଇସିଡିସି ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଚିଠି ହୋଇଛି ।

କୁହାଯାଇଛି, ଭିନ୍ନକ୍ଷମ ଅଧିକାର ଆକ୍ଟ (ଆର୍ପିଡବ୍ଲୁଡି),୨୦୧୬ରେ ଥିବା ସମସ୍ତ ୨୧ କାଟାଗୋରୀରେ ସମସ୍ତ ଭିନ୍ନକ୍ଷମ ଶିଶୁଙ୍କୁ ସାମିଲ କରାଯିବ । ଅଙ୍ଗନବାଡ଼ି କର୍ମୀମାନେ ନିଜ ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହାର ସଂପୂର୍ଣ୍ଣ ଡାଟା ଆଇସିଡିସି ସୁପରଭାଇଜରଙ୍କ ଦ୍ୱାରା ସିଡିପିଓଙ୍କୁ ପ୍ରଦାନ କରାଯିବ । ଏହି ସର୍ଭେ ଠିକ୍ ଭାବେ ହେଉଛି କି ନାହିଁ ତାକୁ ଅଧିକାରୀମାନେ ଯାଞ୍ଚ କରିବେ । ଏହି ସର୍ଭେ ପ୍ରକ୍ରିୟା ଆସନ୍ତା ୧ ମାସ ମଧ୍ୟରେ ଶେଷ ହେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme