Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ବିଦ୍ୟୁତ ତାର

Posted on November 13, 2025

ରାଜ୍ୟରେ ବିଦ୍ୟୁତଜନିତ ଦୁର୍ଘଟଣା ଅନେକ ସମୟରେ ଘଟୁଥିବାର ନଜିର ରହିଛି । ଗ୍ରାମାଞ୍ଚଳମାନଙ୍କରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର କମ ଉଚ୍ଚତା ଦେଇ ଯାଇଥିବା ବେଳେ ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟ ଉପରେ ବିଦ୍ୟୁତ ତାର ରହିଥିବାର ଦେଖିବାକୁ ମିଳିଥାଏ, ଯାହା ଦ୍ବାରା ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ସେହିଭଳି ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନଈଗୁଆଁ ଗାଁରେ ବିପଦ ସଙ୍କୁଳ ଭାବେ ଯୋଗାଇ ଦିଆଯାଇଛି ବିଦ୍ୟୁତ ସରବରାହ । ଏହି ଗାଁରେ ୩୫୦ ପରିବାର ବସବାସ କରୁଥିବା ବେଳେ ଗାଁ ମଝିରେ ରହିଛି ଏକ ସାମୁହିକ ପୋଖରୀ । ଏହି ପୋଖରୀରେ ଗାଁର ୯୦ ଭାଗ ଲୋକେ ପ୍ରତିଦିନ ସ୍ନାନ କରନ୍ତି । କିନ୍ତୁ ଏହି ପୋଖରୀ ଉପର ଦେଇ ଦୀର୍ଘ ଦିନ ହେବ ୧୧ କେଭି ବିଦ୍ୟୁତ ତାର ଟଣା ଯିବା ସହିତ ଏହି ତାର ଦେଇ ବିଦ୍ୟୁତ ସରବରାହ ପ୍ରବାହିତ ହେଉଛି । ଏହି ବିଦ୍ୟୁତ ତାର ଟଣା ଯାଇଥିବା ଦୁଇଟି ବିଦ୍ୟୁତ ଖୁଣ୍ଟ ପୋଖରୀ ମଧ୍ୟକୁ ଢଳି ରହିବା ସହିତ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ତାର ରହିଛି । ଏହାକୁ ନେଇ ନଇଗୁଆଁ ଗାଁର ଅଧୀବାସୀମାନେ ସବୁ ସମୟରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।


ନଈଗୁଆଁ ଗାଁ ଦେଇ ଏହି ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ ଗାଁର ପୋଖରୀ ଉପରେ ତାର ଯାଇଛି । ଏହା ସହିତ ନଈଗୁଆଁ ଗାଁର ସ୍କୁଲ ଗେଟ ସମ୍ମୁଖ ଏବଂ ସ୍କୁଲର ପାଚେରୀ ଉପରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଯାଇଛି । ଯାହାକୁ ନେଇ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନେ ପ୍ରତି ମୁହୂର୍ତ୍ତରେ ଭୟ ଏବଂ ଆଶଙ୍କା ଭିତରେ ଚଳପ୍ରଚଳ କରୁଛନ୍ତି । ଏହି ଗାଁରେ କେବଳ ବିଦ୍ୟୁତ ତାର ବିପଦ ସଙ୍କୁଳ ଭାବରେ ଯାଇଛି ତାହା ନୁହେଁ ଏହି ଗାଁର ମଧ୍ୟଭାଗରେ ରହିଥିବା ପୋଖରୀର ଉଭୟ ପାର୍ଶ୍ବରେ ଦୁଇଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫରମର ରହିଛି ,ଯାହା ସମ୍ପୂର୍ଣ୍ଣ ଭାବେ ମୁକୁଳା ହୋଇ ରହିଛି । ଗାଁର ମୁଖ୍ୟ ରାସ୍ତା କଡରେ ଏହି ବିଦ୍ୟୁତ ଟ୍ରାନ୍ସଫରମର ରହିଥିବା ବେଳେ ଗୋଟିଏ ସରକାରୀ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଠାରେ ମୁକୁଳା ଅବସ୍ଥାରେ ରହିଛି, ଅନ୍ୟଟି ଲୋକଙ୍କ ବାଡିରେ ମୁକୁଳା ଅବସ୍ଥାରେ ରହିଛି ।


ଗ୍ରାମବାସୀଙ୍କ ପକ୍ଷରୁ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ସେହିପରି ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବିପଦ ସଙ୍କୁଳ ୧୧ କେଭି ବିଦ୍ୟୁତ ତାରକୁ ଅନ୍ୟତ୍ର ନେବା ସହିତ ମୁକୁଳା ଟ୍ରାନ୍ସଫରମରକୁ ଆବଦ୍ଧ କରିବା ପାଇଁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଇ ନାହିଁ । ଯାହାକୁ ନେଇ ନଈଗୁଆଁ ଗ୍ରାମବାସୀମାନେ ଭୟ ଏବଂ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ସହିତ ସୁରକ୍ଷିତ ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme