Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରୋଗୀଙ୍କୁ ମିଳୁନି ଔଷଧ, ପଡ଼ିଆରେ ପଡିଛି କୁଢ଼ କୁଢ଼ ମେଡିସିନ୍

Posted on November 13, 2025

ପଡ଼ିଆରେ ପଡିଛି କୁଢ଼ କୁଢ଼ ମେଡିସିନ୍ । ତାହା ପୁଣି ସରକାରୀ ଔଷଧ । ସରକାରୀ ଔଷଧ ଏବଂ ସିରପକୁ ନେଇ ଖେଳ ପଡିଆରେ ଫୋପଡ଼ା ଯାଇଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ହାଇସ୍କୁଲ ଖେଳ ପଡିଆରେ । ଖେଳ ପଡିଆର ଏକ କୋଣରେ ଓଡିଶା ସରକାରଙ୍କ ଦ୍ୱାରା ସରକାରୀ ମେଡିକାଲରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ଔଷଧ ଫୋପାଡ଼ି ଦିଆଯାଇଛି । କେବଳ ଔଷଧ ନୁହେଁ ସେଥିରେ ସିରପ ମଧ୍ୟ ରହିଛି । ଆଣ୍ଟିବାଇଓଟିକ, ସିରପ, ବିଭିନ୍ନ ପ୍ରକାର ଜରୁରୀ ଔଷଧ ଫୋପଡ଼ା ଯାଇଛି । କିଛି ଔଷଧ ଏକ୍ସପାଏର ହୋଇ ନଥିବା ବେଳେ କିଛି ଏକ୍ସପାଏର ହୋଇଯାଇଛି ।

ବିଭିନ୍ନ ରୋଗ ପାଇଁ ଜନସାଧାରଣମାନେ ଯେଉଁଭଳି ମାଗଣାରେ ଔଷଧ ପାଇପାରିବେ ସେଥିପାଇଁ ସରକାରଙ୍କ ତରଫରୁ ଔଷଧ ଯୋଗାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରାମାଞ୍ଚଳମାନଙ୍କରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଭିନ୍ନ ଔଷଧ ଯୋଗାଯାଇଥାଏ । କିନ୍ତୁ ପରିତାପର ବିଷୟ ହଜାର ହଜାର ଟଙ୍କାର ଔଷଧ ଏଭଳି ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ଔଷଧ ଆମର ନୁହେଁ ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସା ଅଧିକାରୀ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଆସିଲେ ନିଶ୍ଚିତ ତଦନ୍ତ ହେବ ବୋଲି ଦେଇଛନ୍ତି ପ୍ରତିକ୍ରିୟା ।

ପ୍ୟାକେଟ ପ୍ୟାକେଟ ଔଷଧ ଅଳିଆ ଗଦାରେ ପଡ଼ିଥିବା ବେଳେ ତାହା ଉପରେ କାହାରି ନଜର ନାହିଁ । ତେବେ କିଏ ଏବଂ କଣ ପାଇଁ ଏହି ଔଷଧ ଏଭଳି ଫୋପାଡ଼ିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme