Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ : ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ମଧ୍ୟରେ ନବମ ସ୍ଥାନରେ ଭାରତ

Posted on November 13, 2025

କରାଳ ରୂପ ଦେଖାଉଛି ପ୍ରକୃତି। ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ନବମ ସ୍ଥାନରେ ଭାରତ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ତିନି ଦଶନ୍ଧି ମଧ୍ୟରେ ଯାଇଛି ୮୦ ହଜାରରୁ ଅଧିକ ଜୀବନ। ଅପ୍ରତ୍ୟାଶିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏକ ଅରବ ଲୋକ ପ୍ରଭାବିତ। ଜର୍ମାନୱାଚ୍‌ର କ୍ଲାଇମେଟ୍ ରିସ୍କ ଇଣ୍ଡେକ୍ସ-୨୦୨୬ ରିପୋର୍ଟରୁ ଖୁଲାସା।

ବ୍ରାଜିଲର ବେଲେମର କପ୍-୩୦ରେ ଜାରି କରାଯାଇଥିବା କ୍ଲାଇମେଟ୍ ରିସ୍କ ଇଣ୍ଡେକ୍ସ ୨୦୨୬ ରିପୋର୍ଟ ମୁତାବକ ଭାରତ ବାରମ୍ଵାର ବନ୍ୟା, ବାତ୍ୟା, ଲୁ ଏବଂ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଏହାଦ୍ଵାରା ଉଭୟ ଜନଜୀବନ ଓ ଦେଶର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ୁଛି। ୧୯୯୫ ରୁ ୨୦୨୪ ମଧ୍ୟରେ ଭାରତରେ ୪୩୦ ରୁ ଅଧିକ ବିପର୍ଯ୍ୟୟ ହୋଇଛି। ଏହି ସବୁ ଘଟଣାରେ ଦେଶର ଏକ ଅରବରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ୮୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହାଦ୍ଵାରା ଦେଶର ୧୭୦ ଅରବ ଡଲାରର ଆର୍ଥିକ କ୍ଷତି ହୋଇଛି।

ରିପୋର୍ଟ ଅନୁଯାୟୀ, ୨୦୨୪ରେ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ୧୫ତମ ସ୍ଥାନରେ ଥିଲା। ୨୦୨୪ରେ ବନ୍ୟା ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଥିଲା। ଏଥିରେ ପ୍ରାୟ ୫ କୋଟି ଲୋକ ପ୍ରଭାବିତ ହୋଇଥିଲେ। ଏହାପରେ ଲୁରେ ୩.୩ କୋଟି ଏବଂ ମରୁଡ଼ିରେ ୨.୯ କୋଟି ଲୋକ ପ୍ରଭାବିତ ହୋଇଥିଲେ। କେବଳ ମୌସୁମୀଜନିତ ଅଚାନକ ବନ୍ୟା ଯୋଗୁଁ ଗୁଜରାଟ, ମହାରାଷ୍ଟ୍ର ଏବଂ ତ୍ରିପୁରାରେ ପ୍ରାୟ ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୯୯୮ରେ ଗୁଜରାଟ ବାତ୍ୟା, ୧୯୯୯ରେ ଓଡ଼ିଶା ମହାବାତ୍ୟା, ୨୦୧୩ରେ ଉତ୍ତରାଖଣ୍ଡ ବନ୍ୟା ବିଭୀଷିକା ଏବଂ ହିଟ୍‌ୱେଭ୍ ଭଳି ଘଟଣାରେ ସବୁଠୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ସବୁ ଘଟଣା ଭାରତକୁ ବିଶ୍ୱ ଜଳବାୟୁ ବିପଦ ସୂଚକାଙ୍କରେ ଶୀର୍ଷ ଦେଶମାନଙ୍କ ମଧ୍ୟରେ ସ୍ଥାନିତ କରିଛି।

ଗତ ତିନି ଦଶନ୍ଧି ମଧ୍ୟରେ ଡୋମିନିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହାପରେ ମିଆଁମାର ଦ୍ଵିତୀୟ ସ୍ଥାନରେ ଓ ହୋଣ୍ଡୁରାସ୍ ତୃତୀୟ ସ୍ଥାନରେ ରହିଛି। ତା ପଛକୁ ଲିବିଆ, ହୈତି, ଗ୍ରେନାଡା, ଫିଲିପାଇନ୍, ନିକାରାଗୁଆ, ଭାରତ ଓ ବହାମାସ ରହିଛନ୍ତି। ଜର୍ମାନୱାଚ୍‌ର ବରିଷ୍ଠ ପରାମର୍ଶକ ୱେରା କୁନଜେଲ କହିଛନ୍ତି ଯେ, ଭାରତ, ଫିଲିପାଇନ୍ ଏବଂ ହୈତିରେ ଲଗାତର ବନ୍ୟା, ଲୁ ଏବଂ ବାତ୍ୟା ହେଉଛି। ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟରୁ ମୁକୁଳିବା କ୍ଷଣି ଆଉ ଏକ ବିପର୍ଯ୍ୟୟ ମାଡ଼ି ଆସୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme