Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୦୦ ଫୁଟ ଉଚ୍ଚ ହାମର ଦୋଳିରେ ଫସିଲେ ୮

Posted on November 13, 2025

ଐତିହାସିକ ବାଲିଯାତ୍ରା ପଡିଆରେ ବୁଧବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ରାତି ପ୍ରାୟ ୧୧ଟା ବେଳେ ହାମର୍‌ ଦୋଳିର ମୋଟର ପୋଡ଼ିଯିବାରୁ ଏହା ଅଧାରୁ ବନ୍ଦ ହୋଇଯାଇଥିଲା। ଫଳରେ ଦୋଳିରେ ବସିଥିବା ୮ଜଣ ଲୋକ ପ୍ରାୟ ୧୦୦ ଫୁଟ ଉଚ୍ଚରେ ଫସି ରହିଥିଲେ। ପ୍ରାୟ ୧ଘଣ୍ଟା ଧରି ଫସି ରହିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଫସି ରହିଥିବା ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦୋଳି ନିକଟ ଅଞ୍ଚଳରେ ଜାଲ ବିଛାଯାଇଥିଲା।
ସୂଚନାନୁଯାୟୀ, ରାତି ୧୧ଟାରେ ବାଲିଯାତ୍ରାରେ ସମସ୍ତ ଦୋଳି ବନ୍ଦ କରାଯିବା କଥା। ହେଲେ ହାମର ଦୋଳିରେ ଏହି ସମୟରେ ୧୬ ଜଣଙ୍କୁ ବସାଇ ଖେଳ ଚାଲିଥିଲା। ଏହି ସମୟରେ ଦୋଳି ହଠାତ୍‌ ବନ୍ଦ ହୋଇଯାଇଥିଲା। ଯାଞ୍ଚ ସମୟରେ ଦୋଳିର ମୋଟର ପୋଡ଼ିଯାଇଥିବା ଜଣାପଡ଼ିଥିଲା। ଦୋଳି ଖେଳ ଅଧାରେ ବନ୍ଦ ହେବାବେଳକୁ ହାମରର ଗୋଟିଏ ପାର୍ଶ୍ୱ ଭୂମି ଆଡ଼କୁ ଥିବାବେଳେ ଅନ୍ୟ ପାଶ୍ୱର୍ଟି ଉପରକୁ ଉଠି ରହିଥିଲା। ଉଭୟ ପାର୍ଶ୍ୱରେ ୮ଜଣ ଲେଖାଏ ବସିଥିଲେ। ଦୋଳି ନ ଚାଲିବାରୁ ଉପର ପାର୍ଶ୍ୱରେ ବସିଥିବା ଲୋକମାନେ ଓହ୍ଲାଇ ପଡ଼ିଥିବାବେଳେ ଉପରକୁ ଉଠି ରହିଥିବା ପାର୍ଶ୍ୱରେ ଲୋକେ ଭୟରେ ଚିତ୍କାର କରିଥିଲେ। ଘଟଣା ଜଣାପଡ଼ିବା ପରେ ଦୋଳି ପାଖ ଅଞ୍ଚଳ ଲୋକାରଣ୍ୟ ହୋଇ ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଅଘଟଣ ଘଟିଛି ବୋଲି ଦୋଳି ମାଲିକ କହିଛନ୍ତି। ଘଟଣାର ଖବର ପାଇଁ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ତେବେ ଗୁରୁବାର ବଲିଉଡ୍‌ର କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ଥିବାବେଳେ ରାତିକ ପୂର୍ବରୁ ଏଭଳି ଅଘଟଣ ହେବା ନେଇ ଚିନ୍ତା ପ୍ରକାଶ ପାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme