Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଣ୍ଡା ବଦଳରେ ମିଳୁନି ଫଳ, ସୋମବାର ଉପବାସରେ ରହୁଛନ୍ତି ପିଲା

Posted on November 13, 2025

ଅଗଷ୍ଟ ୨, ୨୦୨୫। ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଗଲା ଯେଉଁ ପିଲାମାନେ ସ୍କୁଲ ମଧ୍ୟାହ୍ନ ଭୋଜନରେ ଅଣ୍ଡା ନ ଖାଉଥିବେ ସେମାନଙ୍କୁ ଫଳ ଯୋଗାଇ ଦିଅ। ପିଏମ୍‌ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଏନେଇ ଚିଠି ଲେଖି ତୁରନ୍ତ ପାଳନ କରିବାକୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ତିନି ମାସ ବିତିଯାଇଥିଲେ ମଧ୍ୟ ସ୍କୁଲସ୍ତରରେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯାଉନି କି ସେବାବଦରେ ଅର୍ଥ ମିଳୁନି। ବରଂ ଉପବାସରେ ସ୍କୁଲରେ ପିଲାଙ୍କ ଦିନ କଟୁଛି। କାର୍ତ୍ତିକ ମାସରେ ଅଧିକାଂଶ ବିଦ୍ୟାଳୟରେ ଏଭଳି ସ୍ଥିତି ଉପୁଜିଥିବା ନଜରକୁ ଆସିଛି। କେବଳ ସେତିକି ନୁହେଁ, ସୋମବାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଦିଆଯାଉଥିବାରୁ ଅଧିକାଂଶ ପିଲା ଖାଉନାହାନ୍ତି। ତେଣୁ ଗତ ମାସରେ ପିଏମ୍‌ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଡିଇଓମାନଙ୍କୁ ଚିଠି ଲେଖି ଅଣ୍ଡା ବଦଳରେ ଫଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍କଳ ଅଭିଭାବକ ସଂଘ ସଭାପତି କହିଛନ୍ତି ଯେ ଜଣେ ପିଲା ଭାତ ସହ ଫଳ କିଭଳି ଖାଇବ। ଯଦି ପିଲାମା‌ନେ ଅଣ୍ଡା ତରକାରୀ ଖାଉ ନାହାନ୍ତି ତା’ବଦଳରେ ସାଧା ତରକାରୀ ପ୍ରସ୍ତୁତି କରି ଦିଆଯାଉ। ସେଭଳି ବ୍ୟବସ୍ଥା ନ କରି ଅଣ୍ଡା ଖାଉ ନ ଥିଲେ କଦଳି, ସେଓ, ଡାଳିମ୍ବ, କମଳା ପରି ଖାଦ୍ୟ ଦେଲେ ପିଲାଙ୍କୁ କୌଣସି ପ୍ରକାର ପୁଷ୍ଟିସାର ମିଳିବ ନାହିଁ କି ‌ସେମାନଙ୍କ ପେଟ ପୂରିବନି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍କହିଛନ୍ତି ମଧ୍ୟାହ୍ନଭୋଜନରେ ଭାତ ସହ ପିଲାମାନେ କେଉଁ ଫଳ ଖାଇପାରିବେ ତାହା ରାଜ୍ୟ ସରକାର ଉଲ୍ଲେଖ କରନ୍ତୁ। ନ ହେଲେ ଭାତ ବଦଳରେ ୧୨ରୁ ୧୩ ଟଙ୍କା ମଧ୍ୟରେ ଯେଉଁ ଫଳ ହୋଇପାରିବ ତାହା ପିଲାଙ୍କୁ ଯୋଗାଇ ଦିଅନ୍ତୁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme