Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ମହିଳା ପର୍ଯ୍ୟଟକ

Posted on November 13, 2025

ଚପଲ ପିନ୍ଧି ଖାଇଲେ ମହାପ୍ରସାଦ। ଶ୍ରୀମନ୍ଦିର ପଶ୍ଚିମପାର୍ଶ୍ୱ ଭିତର ପରିକ୍ରମା ମାର୍ଗରେ ଜଣେ ମହିଳା ଶ୍ରଦ୍ଧାଳୁ ଚପଲ ପିନ୍ଧି ମହାପ୍ରସାଦ ଖାଉଥିବାର ଭିଡିଓ ଭାଇରାଲ ହୋଇଛି । ମହାପ୍ରସାଦକୁ ସମ୍ମାନ କରିବାରେ ଭକ୍ତମାନେ ଦୃଷ୍ଟି ନଦେବା ଓ ଏନେଇ ମହାପ୍ରସାଦ ଦେଉଥିବା ଯାତ୍ରୀ ପଣ୍ଡା ସଚେତନ ନକରାଇବା ଉଦ୍ବେଗର କାରଣ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଉଦ୍ବେଗଜନକ ଘଟଣା ଘଟିଥିବା ଭିଡିଓରୁ ଜଣାପଡ଼ୁଛି । ଜଣେ ବ୍ୟକ୍ତି ଉକ୍ତ ଭିଡିଓ କରୁଥିବା ଦେଖିବା ପରେ ଏହି ମହିଳା ଶ୍ରଦ୍ଧାଳୁ ଜଣକ ମହାପ୍ରସାଦ ଛାଡ଼ି ଦୂରକୁ ପଳାଇଥିଲେ ।

ଶାସ୍ତ୍ର ମୁତାବକ ଭକ୍ତିର ସହ ଶ୍ରୀଜିଉଙ୍କ ଦର୍ଶନ ଯେତିକି ମୁକ୍ତିପ୍ରଦ, ସେତିକି ମୁକ୍ତିପ୍ରଦ ମହାପ୍ରସାଦ । ମହାପ୍ରସାଦକୁ କେବଳ ଦର୍ଶନ କରି ପ୍ରଣିପାତ କରିଦେଲେ ମୁକ୍ତିର ବାଟ ସହଜ ହୋଇଯାଏ । ମହାପ୍ରସାଦକୁ ଖାଇବା ବେଳେ ବିନା ଆସନରେ ଖାଇବାର ପରମ୍ପରା ରହିଛି । ତେବେ ମହାପ୍ରସାଦର ମର୍ଯ୍ୟାଦା ରକ୍ଷାରେ କେତେକ ସ୍ଥାନରେ ଅବହେଳା ହେଉଥିବା ବିଭିନ୍ନ ସମୟରେ ଦୃଶ୍ୟ ସାମ୍ନାକୁ ଆସିବା ଉଦ୍ବେଗର କାରଣ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme