Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିଲେ ଭକ୍ତ, ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ

Posted on November 13, 2025

ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା । ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ । ଗର୍ଭ ଗୃହକୁ ପଲଙ୍କ ବିଜେ ପରେ ଓ ଭିତର ଆଳତି ପୂର୍ବରୁ ଜଣେ ଭକ୍ତ ବାହାରକାଠ ଡେଇଁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । କିଛି ସେବାୟତ ହଲ୍ଲା ପକାଇବାରୁ ଜେଟିପି ସ୍କ୍ୱାଡମାନେ ତାଙ୍କୁ ବାହାରକୁ ଆଣି ଗାଳି ଗୁଳଜ କରିବା ସହ ଧକ୍କା ମାରିଥିଲେ । ସମ୍ପୃକ୍ତ ଭକ୍ତ ତଳେ ପଡି ଯାଇଥିଲେ । କିଛି ସେବାୟତ ଓ ଜେଟିପି ମଧ୍ୟ ଗାଳି ଗୁଲଜ କରିଥିଲେ । ଜେଟିପି ସ୍କ୍ୱାଡଙ୍କ ଦୁର୍ବ୍ୟବହାରରେ କାନ୍ଦି କାନ୍ଦି ଫେରିଲେ । ଭକ୍ତ ଜଣକ ମୁଦୁଲି ଦ୍ୱାର ଦେଇ ପ୍ରବେଶ କରିଥିଲେ । ଏହି ଦ୍ୱାର ଦେଇ ସେବାୟତ ବା ଡିଉଟିରେ ଥିବା କର୍ମଚାରୀ ପ୍ରବେଶ ବ୍ୟବସ୍ଥା ଅଛି । ସାଧାରଣ ଭକ୍ତ ଏହି ଦ୍ୱାର ଦେଇ ପ୍ରବେଶ କରି ପାରିବେ ନାହିଁ । କିଭଳି ଏହି ଭକ୍ତ ଜଣକ ଏହି ଦ୍ୱାର ଦେଇ ପ୍ରବେଶ କଲେ? କେହି ପ୍ରବେଶ କଲାବେଳେ ଦେଖି ପାରିଲେ ନାହିଁ କେମିତି? ତାକୁ ନେଇ ପ୍ରଶ୍ନ ଉଠିଛି ।
ଦିଲ୍ଲୀ ବିସ୍ଫୋରଣ ପରେ ଶ୍ରୀମନ୍ଦିରରେ ହାଇ ଆଲର୍ଟ ରହିଛି । ମନ୍ଦିର ବାହାର ସହ ଭିତରେ ମଧ୍ୟ କଟକଣା କଡାକଡ଼ି କରାଯାଇଛି । ଏଭଳି ସ୍ଥିତିରେ ଭକ୍ତ ଜୟବିଜୟ ଦ୍ୱାର ଅତିକ୍ରମ କରିବା ଶ୍ରୀମନ୍ଦିରର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ପୁଣି ପଦାରେ ପକାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme