Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୋବାଇଲ ପାଇଁ ଜୀବନ ହାରିଲେ ଭଣଜା

Posted on November 12, 2025

ପ୍ରଥମାଷ୍ଟମୀରେ ମାମୁଁ ଘରେ ଜୀବନ ହାରିଲେ ଭଣଜା । ମାମୁଁ ଘର ପଛପଟେ ଥିବା ଆମ୍ବ ଗଛରୁ ମିଳିଛି ଛାତ୍ରଙ୍କ ଝୁଲନ୍ତା ମୃତଦେହ । ସାମାନ୍ୟ ମୋବାଇଲ ପାଇଁଛାତ୍ର ଜଣଙ୍କ ଜୀବନ ହାରି ଦେଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଗୁଳୁଦିପଶି ଗାଁରେ ଘଟିଛି ଏଭକି ଦୁଃଖଦ ଘଟଣା ମୃତକ ହେଉଛନ୍ତି ଚମ୍ପୁଆ ବ୍ଲକ ବାଲେଶ୍ୱର ଗ୍ରାମର ଫକୀର ମହାନ୍ତଙ୍କ ପୁଅ ଶୈଳେଶ ମହାନ୍ତ ।
ସୂଚନାଯୋଗ୍ୟ ଯେ, ଶୈଳେଶ ବାରିଆ ଥାନା ଗୁଳୁଦିପଶି ଗାଁରେ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ସେ ଗୁଳୁଦିପଶି ଆଇଟିଆଇରେ ପାଠ ପଢୁଥିଲେ l ଶୈଳେଶ ଏକ ନୂଆ ମୋବାଇଲ କିଣିବା ପାଇଁ ଘର ଲୋକଙ୍କୁ କହିଥିଲେ । ତେବେ ଘର ଲୋକ ନୂଆ ମୋବାଇଲ କିଣି ଦେଇନଥିଲେ । ତେଣୁ ଯୁବକ ଜଣଙ୍କ ମାମୁଁ ଘରେ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ଗାମୁଛା ସାହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଞ୍ଚିଥିଲେ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଛି ପୋଲିସ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme