Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗିନିଜ୍‌ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ – ପଲକ ମୁଚ୍ଛଲ

Posted on November 12, 2025

ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ । ତେବେ ସଙ୍ଗୀତ ପାଇଁ ନୁହେଁ, ନିଜର ଅଦ୍ୱିତୀୟ ମାନବୀୟ କାର୍ଯ୍ୟ ପାଇଁ । ପଲକ ପଲାଶ ଦାତବ୍ୟ ସଂଗଠନ ଜରିଆରେ ପଲକ ଦେଶ ଓ ବିଦେଶରେ ବଞ୍ଚିତ ୩,୮୦୦ରୁ ଉଦ୍ଧ୍ୱର୍ ପିଲାଙ୍କର ହାର୍ଟ ସର୍ଜରି ପାଇଁ ପାଣ୍ଠି ସଂଗ୍ରହରେ ସେ ନିଜର ଯୋଗଦାନ ଦେଇଛନ୍ତି । ଏହି ମହତ ପ୍ରୟାସ ଜରିଆରେ ସଙ୍ଗୀତ ପ୍ରତି ନିଜ ପାସନ୍କୁ ଦୟାଭାବର ଏକ ଜୀବନବ୍ୟାପୀ ମିଶନରେ ସେ ରୂପାନ୍ତରିତ କରିଛନ୍ତି । ପଲକଙ୍କ ଦାତବ୍ୟ ପ୍ରୟାସର ଯାତ୍ରା ପିଲାଦିନୁ ଆରମ୍ଭ ହୋଇଥିଲା।
ପିଲାଦିନେ, ଏକ ଟ୍ରେନ୍ ଯାତ୍ରା ସମୟରେ ସେ କିଛି ବଞ୍ଚିତ ପିଲାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ମୁହୂର୍ତ୍ତ ତାଙ୍କ ଜୀବନକୁ ନୂଆ ମୋଡ଼ ଦେଲା । ସେହିଦିନ ସେ ନିଜକୁ ପ୍ରତିଶ୍ରୁତି ଦେଲେ ‘ଦିନେ ମୁଁ ସେମାନଙ୍କୁ ସାହାଯ୍ୟ କରିବି ।’ ସେହି ପ୍ରତିଶ୍ରୁତି ତାଙ୍କ ସଂଗଠନ ପଛର ବଡ଼ ପ୍ରେରଣାପ୍ରଦ ଶକ୍ତି ପାଲଟିଲା । ଏହା ଜରିଆରେ ପଲକ ପ୍ରତ୍ୟେକ କନ୍ସର୍ଟ ଓ ବ୍ୟକ୍ତିଗତ ସଞ୍ଚୟରୁ ଆୟ ଅର୍ଥକୁ ବଞ୍ଚିତଙ୍କ ଜୀବନ ରକ୍ଷାକାରୀ ଚିକିତ୍ସାରେ ଲଗାଉଛନ୍ତି । ପଲକଙ୍କ ବଦାନ୍ୟତା ଗୋଟିଏ କାରଣ ମଧ୍ୟରେ ସୀମିତ ନୁହେଁ । ଅନେକ ବର୍ଷ ଧରି ସେ କାରଗିଲ ସହିଦଙ୍କ ପରିବାରଙ୍କୁ ସାହାଯ୍ୟ କରିଛନ୍ତି । ଗୁଜରାଟ ଭୂକମ୍ପ ପୀଡ଼ିତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।


ସମାଜ ମଙ୍ଗଳ ନିମନ୍ତେ ତାଙ୍କ ଅଙ୍ଗୀକାରବଦ୍ଧତା ଗଭୀର ଦୟାଭାବର ଉଦାହରଣ, ଯାହା ନିରନ୍ତର ପ୍ରୟାସ ଦ୍ୱାରା ସଫଳ ହୋଇଛି ।ପଲକ ‘ମେରୀ ଆଶିକୀ’, ‘କୌନ୍ ତୁଝେ’ ଓ ‘ପ୍ରେମ୍ ରତନ ଧନ ପାୟୋ’ ଭଳି ଗୀତ ଜରିଆରେ ସଙ୍ଗୀତ କ୍ୟାରିଅର୍ରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । କିନ୍ତୁ ନିଜର ସାମର୍ଥ୍ୟ ଓ ଆୟକୁ ସେ ନିଜ ସଂଗଠନକୁ ଉତ୍ସର୍ଗ କରିଛନ୍ତି । ବୃତ୍ତିଗତ ଉପଲବ୍ଧି ସହିତ ମାନବୀୟ କାର୍ଯ୍ୟ ପ୍ରତି ଅଦ୍ଭୁତ ସମର୍ପଣଭାବ ତାଙ୍କୁ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ଅଧିକାରିଣୀ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme