Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡ଼ିସେମ୍ବର ୨୪ରୁ ଆରମ୍ଭ ବରଗଡ଼ ଧନୁଯାତ୍ରା, ୧୧ଦିନ ଧରି ଚାଲିବ ଏହି ମହୋତ୍ସବ

Posted on November 12, 2025

ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଥିବାବେଳେ ଆସନ୍ତା ୧୫ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ।

ଦୀର୍ଘ ୩ଦିନ ଧରି ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଚୟନ ଅନୁଷ୍ଠିତ ହେବ । ୧୫ ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ, ୧୬ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ କଂସ ମହାରାଜ ସକାଶେ ସାକ୍ଷାତକାର ଅନୁଷ୍ଠିତ ହେବ। କଂସ ମହାରାଜ ଚରିତ୍ରରେ ୪୪, ମହାମନ୍ତ୍ରୀରେ ୩୩, ସେନାପତିରେ ୭୪, ଦେବକୀରେ ୧୪,ନାରଦରେ ୨୦, ଚାଣୁରରେ ୧୭, ସାର୍ତ୍ତକିରେ ୧୦, ମୁଷ୍ଟିକରେ ୧୮, ବସୁଦେବରେ ୩୦, ଅକ୍ରୁରରେ ୨୦, ଉଗ୍ରସେନରେ ୧୧ ତଥା ସମୁଦାୟ ୨୯୧ କଳାକାର ଚୟନରେ ଅଂଶଗ୍ରହଣ କରିବେ। ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟ୍ସୁଦ୍ଧା ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ସୂଚନା ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme