Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କ୍ଷତିପୂରଣ ଦାବିରେ ରାସ୍ତାରେ ବସିଲେ ଗ୍ରାମବାସୀ

Posted on November 12, 2025

ବିଲରେ ଅମଳ ହେବାକୁ ଥିବା ପାଚିଲା ଧାନ ଫସଲ ଜଗିବାକୁ ଯାଉଥିବାବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ୨ ଜଣ ଚାଷୀଙ୍କ ଜୀବନ ଯାଇଛି। ମୃତକଦ୍ବୟ ହେଲେ ଜମନକିରା ଥାନା ଅନ୍ତର୍ଗତ କୁତବ ଗାଁ’ର ଗଙ୍ଗାରାମ ପଟେଲ୍ ଏବଂ ଯୁଯୁମୁରା ଥାନା ଅନ୍ତର୍ଗତ ଟାମ୍ପରଗଡ଼ ଗାଁର ପ୍ରଦୀପ ଘଟୁଆଲ। ସମ୍ବଲପୁରଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବଡ଼ରମା ଅଭୟାରଣ୍ୟ କୁତବ ବିଟ୍ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।  

ସୂଚନା ଅନୁଯାୟୀ, ପ୍ରଦୀପ କୁତବ ଗାଁରେ ଶ୍ୱଶୁର ଘରେ ରହନ୍ତି ଓ ଗଙ୍ଗାରାମଙ୍କ ଜମିକୁ ଭାଗଚାଷ ହିସାବରେ ଚାଷ କରୁଛନ୍ତି। ବଡ଼ରମା ପଞ୍ଚାୟତର କୁତବ ଗାଁ ପାର୍ଶ୍ୱ ଉଡ଼ସରା ଅଞ୍ଚଳରେ ୧ ଏକର ଜମିରେ ଚାଷ କରିଥିଲେ ଓ କ୍ଷେତରେ ଧାନ ପାଚିବା ଅବସ୍ଥାରେ ଥିଲା। ତେଣୁ ପ୍ରତି ସନ୍ଧ୍ୟାରେ ହାତୀଦାଉରୁ ରକ୍ଷା ପାଇଁ ବିଲକଡ଼ ଏକ କୁସୁମ ଗଛ ତଳେ ଶୁଖିଲା ଜାଳକାଠରେ ନିଆଁ ଜାଳି ଘରକୁ ଫେରି ଆସନ୍ତି। ସୋମବାର ମଧ୍ୟ ଏମିତି ନିଆଁ ଲଗାଇ ଘରକୁ ଫେରିଥିଲେ ଗଙ୍ଗାରାମ। ଘରେ ପୁଣି ରାତ୍ରିଭୋଜନ ସାରି ରାତି ୮ଟାରେ ଉଭୟ ଗଙ୍ଗାରାମ ଓ ପ୍ରଦୀପ ବିଲକୁ ଧାନ ଜଗିବାକୁ ଯାଉଥିଲେ। ରାତିରେ ଟର୍ଚ୍ଚ ଲାଇଟ୍ ମାରିବାରୁ ସେହି ପାଖରେ ଥିବା ଏକ ଦନ୍ତାହାତୀ ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ପ୍ରଥମେ ଗଙ୍ଗାରାମଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେବା ସହ ତାଙ୍କ ମୁଣ୍ଡକୁ ମାଡ଼ି ଦଳି ପକାଇଥିଲା। ଏହା ପରେ ପ୍ରଦୀପଙ୍କୁ ଶୁଣ୍ଢରେ ଆକ୍ରମଣ କରିବାରୁ ସେ ଏକ ନାଳରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ଆଜି ସକାଳେ ଉଡ଼ସରା ପଟକୁ ଗାଁ ଲୋକ ଯିବାବେଳେ ଉଭୟଙ୍କର ମୃତଦେହ ପଡ଼ିଥିବା ଦେଖିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme