
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ବର୍ତ୍ତମାନ ଅଭିନେତାଙ୍କ ଝିଅ ଇଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏଶା କହିଛନ୍ତି ଯେ ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ମିଥ୍ୟା ଖବର ପ୍ରସାରିତ ହେଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବାପାଙ୍କ ଅବସ୍ଥାରେ ଉନ୍ନତି ହେଉଛି । ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ନେଇ ମଙ୍ଗଳବାର ଅନେକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

