
ଦକ୍ଷିଣ-ପୂର୍ବତଟ୍ଟ ରେଳପଥର ଗଡ଼ମଧୁପୁର ଷ୍ଟେସନ ନିକଟରେ ଅଘଟଣ। ଏକ୍ସପ୍ରେସ ଟ୍ରେନ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତକ ନିକଟସ୍ଥ ମଧୁପୁରଗଡ଼ ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଯୁବକ ଜଣକ କୌଣସି କାମରେ ରେଳଧାରଣା ପାର ହୋଇ ଚଢ଼େଇଧରାକୁ ଯାଉଥିଲେ। ଅସାବଧାନତା ଭାବେ ରେଳଧାରଣା ପାର ହେଉଥିଲେ। ହଠାତ ସେହି ସମୟରେ ଦ୍ରୁତଗତିରେ ଆସି ଏକ ଏକ୍ସପ୍ରେସ ଟ୍ରେନ୍ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ।
