Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆସନ୍ତା ଦୁଇ ଦିନ ହାଡ଼ଭଙ୍ଗା ଜାଡ଼ରେ ଥରିବ ୬ ଜିଲ୍ଲା

Posted on November 11, 2025

ଆସନ୍ତା ଦୁଇ  ଦିନ ରାଜ୍ୟରେ ଶୀତ ଲହରୀ ବହିବ ।  ୫ ସହରରେ ଏହାର ପ୍ରଭାବ ରହିବ ।  କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର କିଛି  ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ଚଳିତ ବର୍ଷ ପ୍ରଥମଥର ପାଇଁ  ପାରଦ ୧୦ ଡିଗ୍ରୀ ତଳକୁ ଛୁଇଁଛି ।  ଜି ଉଦୟଗିରିରେ ରାତି ତାପମାତ୍ରା  ସବୁଠୁ କମ୍‌ ବା ୮.୪ ଡିଗ୍ରୀ ରହିଥିଲା ।  ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ରେକର୍ଡ  ହୋଇଛି । ଶନିବାର ରାତିରେ ଏଠାରେ  ପାରଦ ୧୧ ଡିଗ୍ରୀ ଥିଲା । ଦିନକରେ ୧  ଡିଗ୍ରୀ ଖସିଛି । ଫୁଲବାଣୀରେ ପୂର୍ବରୁ  ୧୨ ଡିଗ୍ରୀ ଥିବାବେଳେ ଏହା ୧୧ ଡିଗ୍ରୀକୁ  ଖସିଛି । ରାଉରକେଲାରେ ୧୩.୨ ଡିଗ୍ରୀ  ଥିବାବେଳେ ଏହା ୧୨.୫ ଡିଗ୍ରୀକୁ  ଖସିଯାଇଛି । କେନ୍ଦୁଝରରେ ୧୪.୬  ଡିଗ୍ରୀରୁ ୧୩.୮ ଡିଗ୍ରୀକୁ ଖସିଛି । କନ୍ଧମାଳରେ ଶୀତ ଲହରୀ ଜାରି  ରହିଛି । ପୂରା ଜିଲ୍ଲା ଶୀତରେ ଥରୁଛି ।  ୨୪ ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ  ପାରଦ ୩ ଡିଗ୍ରୀ ତଳକୁ ଖସି ୮.୪  ଡିଗ୍ରୀରେ ପହଞ୍ଚିଛି । 

ରବିବାର ରାତିରେ ୧୬ ସହରର  ତାପମାତ୍ରା ୧୫ ଡିଗ୍ରୀ ତଳକୁ  ଖସିଥିଲା । ଝାରସୁଗୁଡ଼ାରେ ୧୧.୬,  କିରେଇରେ ୧୨.୨, ସେମିଳିଗୁଡ଼ା,  ରାଉରକେଲା ଓ ଅନୁଗୁଳରେ ୧୨.୬,  ଢେଙ୍କାନାଳରେ ୧୩.୫, ଭବାନୀପାଟଣା  ଓ ସୁନ୍ଦରଗଡ଼ରେ ୧୪ ଡିଗ୍ରୀ,  କୋରାପୁଟରେ ୧୪.୨, ବଲାଙ୍ଗୀରରେ  ୧୪.୫, ଭୁବନେଶ୍ୱରରେ ୧୪.୮ ଓ  ସୋନପୁରରେ ରାତି ତାପମାତ୍ରା ୧୪.୯  ଡିଗ୍ରୀକୁ ଖସିଥିଲା । ଭୁବନେଶ୍ୱରରେ  ଦିନକରେ ରାତି ତାପମାତ୍ରା ପ୍ରାୟ  ୩ ଡିଗ୍ରୀ ଖସିଛି । ଭୁବନେଶ୍ୱରରେ  ସ୍ୱାଭାବିକଠାରୁ ୫.୮ ଡିଗ୍ରୀ କମ୍‌  ତାପମାତ୍ରା ଅନୁଭୂତ ହୋଇଛି ।  ଝାରସୁଗୁଡ଼ାରେ ରାତି ତାପମାତ୍ରା  ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମିଛି ।  କଟକରେ ୩.୬ ଡିଗ୍ରୀ, ଫୁଲବାଣୀ ଓ  ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୩.୧  ଡିଗ୍ରୀ କମ୍‌ ରହିଛି । ଆଗକୁ ମଧ୍ୟ ପାରଦ  ତଳମୁହାଁ ହେବା ସହ ଥଣ୍ଡା ଆହୁରି  ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨ରୁ ୩ ଦିନରେ  ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ମଙ୍ଗଳବାର ଫୁଲବାଣୀ  ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି  ପୂର୍ବାନୁମାନ କରାଯାଇଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ  କହିଛନ୍ତି, ଆସନ୍ତା ୧୭, ୧୮ ତାରିଖରେ ରାଜ୍ୟର କିଛି ସ୍ଥାନରେ  ହାଲୁକା ବର୍ଷା ହୋଇପାରେ । ଏହାପରେ ଥଣ୍ଡା ଆହୁରି ବଢ଼ିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme