Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମୀ, ୨୦ ପ୍ରତିଶତ ବୋନସ ଦାବି

Posted on September 26, 2025

 ବିଭିନ୍ନ ଦାବି ନେଇ ଶୁକ୍ରବାର ଠାରୁ ଝାଡୁ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ ।  ଫଳରେ ସହରରେ ସଫେଇ କାମ ଠପ୍‌ ହୋଇଯିବ । ଆଗକୁ  ପୂଜା ଥିବା ବେଳେ ସଫେଇ କର୍ମୀଙ୍କ ଏଭଳି ଆନ୍ଦୋଳନ  ଡକରାକୁ ନେଇ ଚିନ୍ତାରେ ବିଏମ୍‌ସି । ଭୁବନେଶ୍ୱର ମୁନିସିପାଲିଟି  ସଫେଇ ମଜଦୁର ସଂଘ ପକ୍ଷରୁ ଏହି ଡକରା ଦିଆଯାଇଛି ।

ସଂଘ  ସଭାପତି କହିଛନ୍ତି ଯେ ଦୁର୍ଗାପୂଜା ପାଇଁ ସଫେଇ ସଂସ୍ଥା ପକ୍ଷରୁ ସବୁ କର୍ମଚାରୀଙ୍କୁ ୨୦ ପ୍ରତିଶତ ବୋନସ ପ୍ରଦାନ କରାଯାଉ । କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ଏବଂ ଏକ ବର୍ଷରେ ଦରମା ସ୍ଲିପ୍‌ ଦେବାକୁ ସଂଘ ଦାବି କରିଛି । ସଂଘ ଦାବି କରିଛି ଯେ ପ୍ରାକୃତିକ ବିପର୍ଯ୍ୟୟ ତଥା ବର୍ଷା, ବାତ୍ୟାରେ ସଫେଇ କର୍ମଚାରୀ କାମ କରୁଛନ୍ତି । ହେଲେ ସେମାନଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉନି । ତେଣୁ ଯଥା ଶୀଘ୍ର ବିଏମ୍‌ସି ସେମାନଙ୍କୁ ରେନ୍‌କୋର୍ଟ ଏବଂ ଅନ୍ୟ ସୁରକ୍ଷା ଉପକରଣ  ଦେବାକୁ ଦାବି ହୋଇଛି । ଏନେଇ ଗତ ୧୫ ତାରିଖରେ ବିଏମ୍‌ସି  ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ସଫେଇ କର୍ମୀ । ସେମାନଙ୍କୁ ୧୦ ଦିନ ସମୟ ଦିଆଯାଇଥିଲା । ହେଲେ ବୋନସ  ନ ମିଳିବାରୁ ସେମାନେ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ  ଦେଇଛନ୍ତି । ଦୁର୍ଗାପୂଜା ପକ୍ଷରୁ ସଫେଇକୁ ବିଏମ୍‌ସି ଗୁରୁତ୍ୱ  ଦେଇଛି । ସବୁ ୱାର୍ଡରେ ସଫେଇ ଜୋରଦାର କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । ଏପରି ପରିସ୍ଥିତିରେ ଆନ୍ଦୋଳନ  ଡକରାକୁ ନେଇ ବିଏମ୍‌ସି ଚିନ୍ତାରେ ପଡ଼ିଛି । ସେପଟେ ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ମଧ୍ୟ  ଫେରାଦ ହୋଇଛନ୍ତି ସଫେଇ କର୍ମୀ । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme