Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆପଡ଼ା ଉପନିର୍ବାଚନ: ସକାଳ ୭ରୁ ମତଦାନ, ରହିଛି ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌

Posted on November 10, 2025

ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍‌ ମଧ୍ୟରୁ ୮ଟି ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଲା, ୩୨୦ ସୋସେଙ୍ଗ, ୩୨୧ ସୋସେଙ୍ଗ-୨, ୩୨୨ ଦେଓସିଲ, ୩୨୪ ସୁନାବେଡ଼ା-୧, ୩୨୫ ସୁନାବେଡ଼ା-୧(କ), ୩୨୬ ଜାମଗାଁ, ୩୨୭ ଗତିବେଡା ଓ ୩୨୮ ଗତିବେଡା-୨। ଏହିସବୁ ଭୋଟ କେନ୍ଦ୍ରକୁ ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯାଇ ଭୋଟ ଗ୍ରହଣ କରିବେ। ୮ଟି ବୁଥ ପାଇଁ ୪୮ ଜଣ ପୋଲିଂପାର୍ଟି ଯିବେ। ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme