Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟି୨୦ ବିଶ୍ବକପ ଫେବ୍ରୁଆରୀରୁ ଆରମ୍ଭ, ସେମିଫାଇନାଲ ଓ ଫାଇନାଲ ପାଇଁ ଭେନ୍ୟୁ ସ୍ଥିର

Posted on November 10, 2025

ଆଇସିସି ମହିଳା କ୍ରିକେଟ ବିଶ୍ବକପ ୨୦୨୫ ସରିବା ପରେ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି କରିଦେଇଛି । ଭାରତ ଓ ଶ୍ରୀଲଙ୍କାରେ ଖେଳାଯାଇଥିବା ବିଶ୍ବକପ ଖେଳାଯାଇଥିଲା । ଏବେ ଏହି ଦୁଇ ଦେଶ ମଧ୍ୟରେ ଆଇସିସି ପୁରୁଷ ଟି୨୦ ବିଶ୍ବକପ ଆୟୋଜନ ହେଉଛି । ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ସର୍ଟଲିଷ୍ଟ କରାଯାଇଛି ।

ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ବକପ୍ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ । ବିଶ୍ୱକପର ସେମିଫାଇନାଲ, ଫାଇନାଲ ଓ ଉଦଘାଟନୀ ମ୍ୟାଚ୍ ନେଇ ଭେନ୍ୟୁ ସାମିଲ ରହିଛି । ବିଶ୍ୱକପର ପ୍ରଥମ ଓ ଶେଷ ମ୍ୟାଚ ଅର୍ଥାତ୍ ଫାଇନାଲ୍, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ ଗୋଟିଏ ସେମିଫାଇନାଲ ଆୟୋଜନ କରିବ । ଭାରତର ୫ଟି ସହରେ ମ୍ୟାଚ୍ ଖେଳାଯିବାକୁ ରହିଥିବା ବେଳେ ଶ୍ରୀଲଙ୍କାର ୩ଟି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

ଟି୨୦ ବିଶ୍ୱକପରେ ୨୦ଟି ଦଳ ଭାଗନେବେ । ଫେବୃଆରୀ ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବିଶ୍ୱକପ ଖେଳାଯିବ । ପାକିସ୍ତାନ କିମ୍ବା ଶ୍ରୀଲଙ୍କା ସେମିଫାଇନାଲକୁ ଗଲେ ଗୋଟିଏ ସେମିଫାଇନାଲ ମ୍ୟାଚ କଲମ୍ବୋରେ ଖେଳାଯିବ । ଅନ୍ୟ ସେମିଫାଇନାଲଟି ମୁମ୍ବାଇ ଓ୍ବାଙ୍ଖଡ଼େରେ ଖେଳାଯିବ । କିନ୍ତୁ ଯଦି ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସେମିକୁ ଉନ୍ନୀତ ନ ହୁଅନ୍ତି ତେବେ ଦୁଇଟି ଯାକ ସେମି ଭାରତରେ ଖେଳାଯିବ । ଏଭଳି ପରିସ୍ଥିତିରେ କୋଲକାତାରେ ଗୋଟିଏ ସେମିଫାଇନାଲ ଖେଳାଯାଇପାରିବ ।

ଭାରତ ଓ ଶ୍ରୀଲଙ୍କା ବିଶ୍ୱକପର ମିଳିତ-ଆୟୋଜନ କରୁଛି । ଉଭୟ ଦେଶର ମୋଟ ସାତଟି ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରାଯିବ । ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ କୋଲକାତାରେ ମ୍ୟାଚ ଖେଳାଯାଇପାରିବ । ଦିଲ୍ଲୀ, ମୁମ୍ବାଇକୁ କୌଣସି ନକଆଉଟ୍ ମ୍ୟାଚ ମିଳିନାହିଁ । ଶ୍ରୀଲଙ୍କାରେ ମ୍ୟାଚ୍ ପାଇଁ ତିନୋଟି ସ୍ଥାନ ଚୟନ କରାଯାଇପାରେ । ପ୍ରେମଦାସା ଷ୍ଟାଡିୟମ, ପାଲେକେଲ, ଡାମ୍ବୁଲା ଓ ହାମ୍ବନଟୋଟା ମଧ୍ୟରୁ ଗୋଟିଏ ଗ୍ରାଉଣ୍ଡ ଚୟନ କରାଯାଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme