
ମୁମ୍ବାଇରୁ କୋଲକାତା ଆସୁଥିବା ସ୍ପାଇସ୍ଜେଟ୍ ବିମାନ ରବିବାର ରାତିରେ ବଡ଼ ଅଘଟଣରୁ ବର୍ତ୍ତିଲା। ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନ୍ ଖରାପ ହେବା ପରେ ପାଇଲଟ୍ କୋଲକାତା ଏଟିସିକୁ ସୂଚନା ଦେଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ତୁରନ୍ତ ଅନୁମତି ମିଳିବା ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ଘଟଣା ସୂଚନା ପାଇ ପରେ କୋଲକାତା ବିମାନ ବନ୍ଦରରେ ଦମକଳ, ଆମ୍ବୁଲାନ୍ସ ଓ ଉଦ୍ଧାର ଟିମ୍ ପହଁଚିଥିଲେ।
ସୂଚନାଯୋଗ୍ୟ, ୨୦୨୫ ଜୁନ ମାସରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନର ଇଂଜିନ ଫେଲ୍ ହେବାରୁ ବିମାନଟି ନିଆଁ ପିଣ୍ଡୁଳା ହୋଇଯାଇଥିଲା । ଫଳରେ ଶତାଧିକ ଯାତ୍ରୀ ଏବଂ କ୍ରୁ ମେମ୍ବର ପ୍ରାଣ ହରାଇଥିଲେ ।
