Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହେଲମେଟ୍‌ ନ ପିନ୍ଧିବା ପଡ଼ିଲା ମହଙ୍ଗା: ସ୍କୁଟି ଦାମ୍‌ଠୁ ୨୦ ଗୁଣ ଅଧିକ ଜରିମାନ

Posted on November 10, 2025

ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଟି ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବାରୁ ୨୧ ଲକ୍ଷ ଟଙ୍କା ଜରିମାନା ହୋଇଛି । ତାହା ତାଙ୍କ ସ୍କୁଟି ଦାମ୍‌ର ୨୦ ଗୁଣ ବୋଲି ସେ ପ୍ରକାଶ କରିଛନ୍ତି । ସେହି ଚାଲାଣର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ନ୍ୟୁ ମଣ୍ଡି ଅଞ୍ଚଳରେ ହେଲମେଟ୍‌ ଯାଞ୍ଚ ସମୟରେ ଅନ୍‌ମୋଲ ସିଂଘଲଙ୍କୁ ଅଟକା ଯାଇଥିଲା । ସେ ହେଲ୍‌ମେଟ ପିନ୍ଧିନଥିଲେ । ତାଙ୍କ ନିକଟରେ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ମଧ୍ୟ ନଥିଲା । ଏହାପରେ ପୁଲିସ ତାଙ୍କ ସ୍କୁଟିକୁ ଜବତ କରିଥିଲା । ଏଥିସହ ଜରିମାନା ବାବଦରେ ୨୦ ଲକ୍ଷ ୭୪ ହଜାର ଟଙ୍କା ଦେବାକୁ ଚାଲାଣ କାଟିଥିଲା । ତେବେ ଏତେ ପରିମାଣର ଜରିମାନା ରାଶିକୁ ଦେଖି ସିଂଘଲ ଚକିତ ହୋଇ ସୋସିଆଲ୍‌ ମିଡିଆରେ ତାର ଫଟୋ ଉଠାଇ ସେୟାର କରିଥିଲେ । ଏହାପରେ ପୁଲିସର ପଦକ୍ଷେପକୁ ଅନେକ ସମାଲୋଚନା କରିଥିଲେ । ସେଥିଯୋଗୁ ବାଧ୍ୟହୋଇ ପରେ ଅଧିକାରୀମାନେ ତାଙ୍କ ଜରିମାନା ରାଶି କମାଇ ୪ ହଜାର ଟଙ୍କା କରିଛନ୍ତି ।

ମୁଜାଫରନଗର ଟ୍ରାଫିକ୍‌ ଏସ୍‌ପି କହିଛନ୍ତି, ଚାଲାଣ କାଟୁଥିବା ସବ୍‌ ଇନ୍‌ସପେକ୍ଟରଙ୍କ ଏକ ଭୁଲ୍‌ ଯୋଗୁ ଏଭଳି ହୋଇଛି । ହେଲମେଟ୍‌ ନଥିବାରୁ ମାମଲାରେ ମୋଟର ଯାନ ଅଧିନିୟମର ଧାରା ୨୦୭ ଲାଗୁ ହୋଇଥିଲା । କିନ୍ତୁ ସବ୍‌ ଇନ୍‌ସପେକ୍ଟର ୨୦୭ ପରେ ଏମ୍‌ଭି ଆକ୍ଟ ଲେଖିବାକୁ ଭୁଲି ଯାଇଥିଲେ । ଫଳରେ ୨୦୭ ଏବଂ ଏହି ଧାରା ଅନୁସାରେ ଲାଗୁ ହେଉଥିବା ସର୍ବନିମ୍ନ ଜରିମାନା ୪୦୦୦ ମିଶି ୨୦,୭୪,୦୦୦ ହୋଇଯାଇଥିଲା । ଏହି ତ୍ରୁଟି ଯୋଗୁ ଆମେ ଦୁଃଖିତ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme