
ପ୍ରେମର ସାଂଘାତିକ ଚିତ୍ର । ବ୍ଲେଡ୍ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ନିକଟସ୍ଥ ମେଡିକାଲରେ ଭର୍ତ୍ତି । ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରେମିକର ଘର ଏବଂମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମହାରାଜପୁର ଗାଁରେ ପ୍ରେମିକାର ଘର । କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସବୁ ଠିକ୍ଠାକ୍ ଚାଲିଥିଲା । ହେଲେ ରବିବାର ବିଳମ୍ବିତ ରାତିରେ ପ୍ରେମିକା ଜଣଙ୍କ ଫୋନ୍ ନକାଟିବାରୁ ରାଗିଯାଇଥିଲା ପ୍ରେମିକ । ଶେଷରେ ଉତ୍କ୍ଷିପ୍ତ ହୋଇ ପ୍ରେମିକ ଜଣଙ୍କ ଘରେ ପଶି ପ୍ରେମିକାର ବେକ ବ୍ଲେଡ୍ରେ କାଟିଦେଇଛି । ଯାହାପରେ ଗୁରୁତର ଅବସ୍ଥାରେ ପ୍ରେମିକାକୁ ନିକଟସ୍ଥ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପ୍ରେମିକକୁ ଯଶିପୁର ପୁଲିସ ଅଟକ ରଖିଛି ।
