
ୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ବାଲିଯାତ୍ରା କାର୍ଯ୍ୟକ୍ରମ ନେଇ ଦ୍ୱନ୍ଦ୍ୱ ଦୂର ହେଉନାହିଁ । ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ରହିଥିବା ବେଳେ ସେ କେଉଁଦିନ କାର୍ଯ୍ୟକ୍ରମ କରିବେ ତାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଉନାହିଁ । ବାଲିଯାତ୍ରା ଦିନେ ବଢ଼ାଇ ୧୩ ତାରିଖରେ ଶ୍ରେୟା ଘୋଷାଲ ନାଇଟ୍ କରାଯିବ ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ଲାଗିରହିଛି । ଯଦିଓ ପ୍ରଶାସନିକ ସ୍ତରରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଥିବା ଖବର ରହିଛି । କିନ୍ତୁ ଅତିରିକ୍ତ ଦିନଟିଏ ଘୋଷଣା କରିବା ରାଜ୍ୟ ସରକାରଙ୍କ ସମ୍ମତିକୁ ଅପେକ୍ଷା କରାଯାଇଛି । ତେଣୁ ଏ ବାବଦରେ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ସୂଚନା ଦିଆଯାଉନାହିଁ । ତେଣୁ ୧୩ ତାରିଖ ଶ୍ରେୟା କଟକ ଆସି ବାଲିଯାତ୍ରାରେ କାର୍ଯ୍ୟକ୍ରମ କରିବା ଚୂଡ଼ାନ୍ତ ବୋଲି ଚର୍ଚ୍ଚା ହେଉଛି ।
