Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରୁଷିଆ ଦାଗେସ୍ତାନରେ ହେଲିକପ୍ଟର ଦୁର୍ଘଟଣା, ୫ ମୃତ

Posted on November 9, 2025

ରୁଷିଆର ଦାଗେସ୍ତାନରେ ଏକ ଭୟାବହ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଅଚି ସୁ ଗାଁ ନିକଟ କାସ୍ପିଆନ ସାଗର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ହେଲିକପ୍ଟର ଅଚାନକ ଅନିୟନ୍ତ୍ରିତ ହୋଇ ତଳେ ମାଡ଼ ହେବା ପରେ ଆଉଥରେ ଉଠି ଯାଇ ଦୁର୍ଘଟଣାର ଶିକାର ହୋଇଥିଲା । ମୃତକଙ୍କ ମଧ୍ୟରେ ଇଲେକ୍ଟ୍ରୋ ମେକାନିକାଲ ପ୍ଲାଣ୍ଟର ୪ ଜଣ କର୍ମଚାରୀ ଓ ହେଲିକପ୍ଟରର ମେକାନିକ ସାମିଲ ରହିଛନ୍ତି । ମୃତକମାନଙ୍କ ମଧ୍ୟରେ ପ୍ଲାଣ୍ଟର ଡେପୁଟି ଜେନେରାଲ ଡାଇରେକ୍ଟର ମଧ୍ୟ ଥିଲେ ।

କମ୍ପାନୀ ପକ୍ଷରୁ ଜଣାଯାଇଛି ଯେ, ଏହି ହେଲିକପ୍ଟର ଦୁର୍ଘଟଣାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପ୍ରଥମେ ଏହା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଖବର ଥିଲେ, ପରେ ଜଣାପଡିଥିଲା ଯେ ସେମାନେ ସେହି ପ୍ଲାଣ୍ଟର କର୍ମଚାରୀ ଥିଲେ ।

ଏହି ପ୍ଲାଣ୍ଟ ରକ୍ଷା ଉପକରଣ ତିଆରି କରୁଥାଏ ଓ ଏହା ଉପରେ ଆମେରିକା ପୂର୍ବରୁ ପ୍ରତିବନ୍ଧ ଲଗାଇଥିଲା ।

ଘଟଣାରେ ବ୍ୟବହୃତ KA-226 ହେଲିକପ୍ଟର ଏକ ଟ୍ବିନ ଇଂଜିନ ମୋଡେଲ ଯାହାରେ ୭ ଜଣ ଯାତ୍ରୀ ବସିପାରନ୍ତି । ଏହି ପ୍ରକାରର ହେଲିକପ୍ଟର ସାଧାରଣତଃ ପର୍ବତୀୟ ଅଞ୍ଚଳ ଏବଂ କଠିନ ପରିସ୍ଥିତିରେ ଚଳାଚଳ ପାଇଁ ବ୍ୟବହୃତ ହୁଏ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme