Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରଫୁଲ୍ଲଙ୍କ ବିଦା ପରେ କାମାକ୍ଷାନଗରରେ ବିଜେଡିର ଅଣ୍ଟା ଭିଡା ସାଙ୍ଗଠନିକ ଅଭିଯାନ

Posted on September 25, 2025

ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଡାକ୍ତର ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ କାମାକ୍ଷାନଗର ଅଡ଼ିଟୋରିୟମ ଠାରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ଗୁଡ଼ବାଏ ପରେ କାମାକ୍ଷାନଗରରେ ମଙ୍ଗୁଆଳ ପାଇଁ ଅଣ୍ଟା ଭିଡ଼ିଛି ବିଜେଡି । ବିଜେଡିର ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ,ବିଜେଡି ଜିଲ୍ଲା ଯୁବ ବିଜେଡି ସଭାପତି ତଥା ନଗରପାଳ ଧର୍ମାନଦ ପରିଡା,ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁଙ୍କ ସମେତ ବହୁ ପଦାଧିକାରୀ ଏହି ସାଙ୍ଗଠନିକ ସମିଳନୀରେ ଉପସ୍ଥିତ ଥିଲେ। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସୁଦୃଢ କରିବା ସହ ଶାସକ ଦଳକୁ ଚ୍ୟାଲେଞ୍ଜ କରିବାକୁ ବିଜେଡି ପ୍ରସ୍ତୁତ ରହିଥିବା ଦଳର ସଭାପତି ପ୍ରକାଶ କରିଛନ୍ତି। ନିକଟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳରୁ ନିଲମ୍ବନ ପରେ ଅଡ଼ୁଆରେ ପଡି ଯାଇଥିଲା ଦଳ । ତେବେ ତାଙ୍କୁ ଦଳରୁ ବିଦା ପରେ ମଧ୍ୟ କିଛି ଫରକ ପଡିବ ନାହିଁ ବୋଲି କହିଛି ବିଜେଡି। ଯାହାକୁ ନେଇ ସଙ୍ଗଠନ ସୁଦୃଢ ପାଇଁ ସମସ୍ତ ସରପଞ୍ଚ, ସମିତିସଭ୍ୟ,ପଂଚାୟତ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଥିବା ନେତୃବୃନ୍ଦକୁ ଏକାଠି କରି ସଙ୍ଗଠନର ଗୋଟି ଚଳାଇଛି ବିଜେଡି । ତେବେ ଏହାକୁ ନେଇ ଆଗାମୀ ଦିନରେ କେତେ ପ୍ରଭାବ ପଡିବ ତାହାକୁ ହିଁ ଅପେକ୍ଷା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme