Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡକାୟତି ଗ୍ୟାଙ୍ଗର ୩ ଗିରଫ। ଡକାୟତି ପରେ ଖଣ୍ଡାରେ କେକ୍ କାଟି କରିଥିଲେ ସେଲିବ୍ରେସନ।

Posted on November 9, 2025

କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଆମ୍ବପଳାସ ଗାଁ ଅଭିମନ୍ୟୁପୁର ସାହିରେ ହୋଇଥିବା ବଡ଼ ଧରଣ ଡକାୟତିର ୩ ଜଣ ଡକାୟତକୁ ଧରିଛି ପରଜଙ୍ଗ ପୋଲିସ। ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ୧୪ ଗ୍ରାମ ସୁନା ଓ ୩ ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଆମ୍ବପଳାସ ଗାଁର ମଣ୍ଟୁ ସାହୁ, ସିଂହଡା ଗାଁର ବିଷ୍ଣୁ ସାହୁ ଏବଂ ତାଳଚେର କଲୋନୀ ସାହିର ରତିକାନ୍ତ ନାଏକ। ଅନ୍ୟ ୧୧ ଜଣ ଡକାୟତ ଫେରାର ଥିବା ଜଣାପଡିଛି। ମୋଟ ୧୪ ଜଣ ଡକାୟତ ଅଭିମନ୍ୟୁପୁର ସାହିର ରମେଶ ମହାପାତ୍ର ଏବଂ ଗଗନ ମହାପାତ୍ରଙ୍କ ଘରେ ଗୁଳି କରି ଏବଂ ବନ୍ଧୁକ ଦେଖାଇ ଡକାୟତି କରିଥିଲେ। ଯାହାକୁ ନେଇ ପରଜଙ୍ଗ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ତେବେ ଆମ୍ବପଳାସ ଗାଁର ଜଣେ ଡକାୟତର ସହଯୋଗରେ ଅପରାଧୀ ଗ୍ୟାଙ୍ଗ ନିକଟରେ ପହଞ୍ଚି ପାରିଛି ପୋଲିସ। ଅନ୍ୟ ଫେରାର ସହଯୋଗୀଙ୍କ ଖୁବଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି। ସବୁଠାରୁ ରୋଚକ କଥା ହେଲା ଯେ ଅପରାଧୀ ମାନେ ଅପରାଧ କରିବା ପରେ ଏକ ବିଶାଳ ଖଣ୍ଡାରେ କେକ୍ କାଟି ସେଲିବ୍ରେସନ କରିଥିଲେ। ଯାହାକୁ ନେଇ ଏସଡ଼ିପିଓ ରଜନୀକାନ୍ତ ସାମଲଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ଧିରେନ କୁମାର ବେହେରା ତନାଘନା ଆରମ୍ଭ କରିଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme