
କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଆମ୍ବପଳାସ ଗାଁ ଅଭିମନ୍ୟୁପୁର ସାହିରେ ହୋଇଥିବା ବଡ଼ ଧରଣ ଡକାୟତିର ୩ ଜଣ ଡକାୟତକୁ ଧରିଛି ପରଜଙ୍ଗ ପୋଲିସ। ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ୧୪ ଗ୍ରାମ ସୁନା ଓ ୩ ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଆମ୍ବପଳାସ ଗାଁର ମଣ୍ଟୁ ସାହୁ, ସିଂହଡା ଗାଁର ବିଷ୍ଣୁ ସାହୁ ଏବଂ ତାଳଚେର କଲୋନୀ ସାହିର ରତିକାନ୍ତ ନାଏକ। ଅନ୍ୟ ୧୧ ଜଣ ଡକାୟତ ଫେରାର ଥିବା ଜଣାପଡିଛି। ମୋଟ ୧୪ ଜଣ ଡକାୟତ ଅଭିମନ୍ୟୁପୁର ସାହିର ରମେଶ ମହାପାତ୍ର ଏବଂ ଗଗନ ମହାପାତ୍ରଙ୍କ ଘରେ ଗୁଳି କରି ଏବଂ ବନ୍ଧୁକ ଦେଖାଇ ଡକାୟତି କରିଥିଲେ। ଯାହାକୁ ନେଇ ପରଜଙ୍ଗ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ତେବେ ଆମ୍ବପଳାସ ଗାଁର ଜଣେ ଡକାୟତର ସହଯୋଗରେ ଅପରାଧୀ ଗ୍ୟାଙ୍ଗ ନିକଟରେ ପହଞ୍ଚି ପାରିଛି ପୋଲିସ। ଅନ୍ୟ ଫେରାର ସହଯୋଗୀଙ୍କ ଖୁବଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି। ସବୁଠାରୁ ରୋଚକ କଥା ହେଲା ଯେ ଅପରାଧୀ ମାନେ ଅପରାଧ କରିବା ପରେ ଏକ ବିଶାଳ ଖଣ୍ଡାରେ କେକ୍ କାଟି ସେଲିବ୍ରେସନ କରିଥିଲେ। ଯାହାକୁ ନେଇ ଏସଡ଼ିପିଓ ରଜନୀକାନ୍ତ ସାମଲଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ଧିରେନ କୁମାର ବେହେରା ତନାଘନା ଆରମ୍ଭ କରିଦେଇଛନ୍ତି।

