Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସଟ୍‌ଡାଉନ ପରେ ଲକ୍ଷ ଲକ୍ଷ ଆମେରିକୀୟ କର୍ମଚାରୀଙ୍କୁ ମିଳୁନି ଦରମା

Posted on November 9, 2025

ଆମେରିକାର ପ୍ରଶାସନ ସାରା ଦେଶରେ ସଟଡାଉନ ଲାଗୁ କରିଛି । ୬ ସପ୍ତାହ ଧରି ଏହି ସଟଡାଉନ ଲାଗୁ ହେଲାଣି । ଫଳରେ ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦରମା ମିଳିନି । ତେଣୁ ସେମାନେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଏହି ବନ୍ଦ ଯୋଗୁଁ ଆମେରିକାରେ ବିମାନ ସେବା ପ୍ରଭାବିତ ହୋଇଥିବା ବେଳେ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ ଏବଂ ସରକାରୀ ସେବା ବାଧାପ୍ରାପ୍ତ ହୋଇଛି, ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି । ବିଶେଷଜ୍ଞଙ୍କ ମତରେ, ଏହା ଆମେରିକାର ଇତିହାସର ସବୁଠାରୁ ଦୀର୍ଘ ସରକାରୀ ସଟଡାଉନ, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାର ବିଶ୍ୱାସ ଉପରେ ପ୍ରଶ୍ନ ଉଠାଇଛି ।

ସିନେଟ୍ ସାଂସଦମାନେ ପ୍ରଥମ ଥର ପାଇଁ ଏହି ଗତିରୋଧକୁ ବନ୍ଦ କରିବା ଲାଗି ଚେଷ୍ଟା ଚଳାଇଛନ୍ତି, କିନ୍ତୁ ଦ୍ୱିପାକ୍ଷିକ ଆଲୋଚନାରେ କୌଣସି ଅଗ୍ରଗତି ଦେଖାଯାଉନାହିଁ । ଡେମୋକ୍ରାଟମାନେ ଚାହାଁନ୍ତି, ସରକାର ପ୍ରଥମେ ଫେଡେରାଲ୍ ବଜେଟ୍ ପାସ୍ କରନ୍ତୁ ଏବଂ ଏହା ପରେ ନୀତିଗତ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ଅନ୍ୟପଟେ ଟ୍ରମ୍ପ ପ୍ରଶାସନ ସ୍ୱାସ୍ଥ୍ୟ ନୀତି ଏବଂ ସୀମା ସୁରକ୍ଷା ଉଭୟକୁ ସଂଯୋଗ କରିବା ଉପରେ ଜୋର ଦେଉଛି । ଏହି ଗତିରୋଧ ଧୀରେ ଧୀରେ ଆମେରିକାର ଅର୍ଥନୀତିକୁ ପ୍ରଭାବିତ କରୁଛି । ଛୋଟ ବ୍ୟବସାୟଙ୍କୁ ସରକାରୀ ଋଣ ବନ୍ଦ କରିଦିଆଯାଇଥିବା ବେଳେ ଜାତୀୟ ଉଦ୍ୟାନ ଏବଂ ସଂଗ୍ରହାଳୟରେ ତାଲା ଝୁଲୁଛି । ସଟଡାର ପ୍ରଭାବରେ ଦେବାଳିଆ ପରିସ୍ଥିତିରେ ପହଞ୍ଚିଲେଣି ସରକାରୀ ଠିକାଦାର ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ଯେ, ସେ ଡେମୋକ୍ରାଟଙ୍କ ସହିତ ବୁଝାମଣା କରିବାକୁ ଇଚ୍ଛୁକ ନୁହଁନ୍ତି । ସେ ଆଫୋଡେବଲ୍ କେୟାର ଆକ୍ଟକୁ ଟାର୍ଗେଟ୍ କରି ଏହାକୁ ବିଶ୍ୱର ସବୁଠାରୁ ଖରାପ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବୋଲି କହିଥିଲେ । ଟ୍ରମ୍ପ ଚାହାଁନ୍ତି ଯେ, କଂଗ୍ରେସ ନାଗରିକମାନଙ୍କୁ ସିଧାସଳଖ ଟଙ୍କା ଯୋଗାଇ ଦେଉ ଯାହା ଦ୍ୱାରା ସେମାନେ ନିଜର ବୀମା କିଣିପାରିବେ । ତାଙ୍କ ମତରେ ଏହା ଆମେରିକୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିପାରିବ । ଅନ୍ୟପଟେ ଡେମୋକ୍ରାଟିକ୍ ପାର୍ଟି ଟ୍ରମ୍ପଙ୍କ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଯୁକ୍ତି ଦେଇଛି ଯେ, ଏହା ବୀମା କମ୍ପାନୀ ଏବଂ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅନୁପଯୁକ୍ତ ଭାବେ ଲାଭ ପହଞ୍ଚାଇବ ଏବଂ ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ମହଙ୍ଗା କରିବ ।

ସଟଡାଉନ୍ ସଙ୍କଟ ମଧ୍ୟରେ ଟ୍ରମ୍ପ ଆଉ ଏକ ବିବାଦୀୟ ପରାମର୍ଶ ଦେଇଛନ୍ତି । ସେ ରିପବ୍ଲିକାନ ସାଂସଦମାନଙ୍କୁ ଫିଲିବଷ୍ଟର ନିୟମକୁ ଉଚ୍ଛେଦ କରିବାକୁ ଆହ୍ୱାନ କରିଛନ୍ତି, ତେବେ କୌଣସି ଆଇନ ପାସ୍ କରିବା ପାଇଁ ସିନେଟରେ ୬୦ଟି ଭୋଟ ଆବଶ୍ୟକ । ଯଦି ଏହି ନିୟମକୁ ଉଚ୍ଛେଦ କରାଯାଏ, ତେବେ ରିପବ୍ଲିକାନମାନେ ବହୁମତ ସହ ଆଇନ ପାସ୍ କରିପାରିବେ । ଏଥିସହ ଡେମାେକ୍ରାଟ୍ସକୁ ସମ୍ପୂର୍ଣ୍ଣ ହଟାଇବାରେ ସୁବିଧା ହେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme