Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଣ୍ଟାଵାଞ୍ଜି ପୁଲିସର ଚଢ଼ାଉ, ୧୫୦ଟିଣ ତେଲ ବୋଝେଇ ଗାଡ଼ି ଜବତ

Posted on November 9, 2025

ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିର ଦୁମେରପିଟାରେ ଚଢ଼ାଉ କରି ଲୋକାଲ ବ୍ରାଣ୍ଡର ଏକ ଖାଇବା ତେଲ ବୋଝେଇ ମିନି ଟ୍ରକକୁ ଧରିଛି କଣ୍ଟାଵାଞ୍ଜି ପୁଲିସ। ଦେଓଗାଁ ପୁଲିସ ସହ ମିଳିତ ଭାବେ ଚଢ଼ାଉ କରି ତେଲ ଗାଡ଼ିକୁ ଜବତ କରିଛି ପୁଲିସ। ତେବେ ଏହି ଗାଡ଼ିରେ ୧୫୦ଟିଣ ତେଲ ରହିଥିବା ଜଣାପଡ଼ିଛି। ଏହି ଦୁମେର ପିତାର ଜଣେ ବ୍ୟବସାୟୀ ବିକ୍ରି ପାଇଁ ରାତିରେ ଆଣିଥିଲେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏନେଇ ବନ୍ଧପଡ଼ା ପୁଲିସ ଫାଣ୍ଡି ଅଧିକାରୀ ମଳୟ ପଣ୍ଡାଙ୍କୁ ପଚାରିବାରୁ କଣ୍ଟାବାଞ୍ଜିି ପୁଲିସ ସହ ଚଢ଼ାଉ କରି ଗାଡ଼ି ଧରା ହୋଇଥିଲା। ତେଲ ବୋଝେଇ ଗାଡ଼ିକୁ କଣ୍ଟାବାଞ୍ଜି ପୁଲିସ ନେଇଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କଣ୍ଟାବାଞ୍ଜି ଅଞ୍ଚଳର ଜଣେ ବ୍ୟବସାୟୀ ଲୋକାଲ ବ୍ରାଣ୍ଡର ନକଲି ତେଲ ବ୍ୟବସାୟ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିବହନ କରୁଛନ୍ତି ବିନା କାଗଜପତ୍ରରେ। ୫ଶହରୁ ଅଧିକ ଟିଣ ନକଲି ତେଲ ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖିଥିବା ଅଭିଯୋଗ ହେଉଛି। ଏହାରି ଉପରେ ପୁଲିସ ଅଧିକ ଖୋଳତାଡ଼ କଲେ ଅଧିକ ରହସ୍ୟ ପଦାକୁ ଆସିବ। ଏବେ ଏହି ତେଲ ବୋଝେଇ ଗାଡ଼ି ଧରା ପଡ଼ିବା ପରେ ଗାଡ଼ିଟି ଚୋରି ହୋଇ ଆସିଥିଲା ବୋଲି କାଗଜପତ୍ର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି। ଏଣୁ ଏଦିଗରେ ପୁଲିସର ବରିଷ୍ଠ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme