Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ

Posted on November 9, 2025

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମ ନିକଟରେ ମଣିଂ ୱାର୍କ କରୁଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍ I ବାଇକ୍ ଚାଳକ ସହ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା । ମୃତ ବୃଦ୍ଧ ଜଣଙ୍କ ଶାଳବଣ ଗ୍ରାମର କାଶୀନାଥ ସେଠୀ ହୋଇଥିବା ବେଳେ ମୃତ ବାଇକ ଚାଳକ ଜଣଙ୍କ ରାଣିପଡ଼ା ଗ୍ରାମର ମିଟୁ ପରିଡ଼ା ବୋଲି ଜଣାପଡିଛି । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୁଲିସ ପହଞ୍ଚି ବାଇକ୍ ଜବତ କରିବ ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ମିଟୁ ଗତକାଲି ରାତିରେ କୋଦଳା ଥାନା ଉସ୍ତାଳି ଗ୍ରାମରେ ଚାଲିଥିବା ମହାଭାରତ ନାଟକରେ ଦୁଃଶାସନ ଚରିତ୍ରରେ ଅଭିନୟ କରିଥିଲେ । ତେବେ ସେଠାରୁ ନାଟକ ସାରି ଆଜି ଭୋର ସମୟରେ ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ ଯାଉଥିଲେ। ଖଜାପଲ୍ଲୀ ଗ୍ରାମ ନିକଟରେ ତାଙ୍କ ବାଇକ୍ ଭାରସାମ୍ୟ ହରାଇ ରାସ୍ତାରେ ମଣିଂ ୱାର୍କ କରୁଥିବା ବୃଦ୍ଧ କାଶୀନାଥଙ୍କୁ ଧକ୍କା ଦେଇଥିଲେ। ଯାହା ଫଳରେ ମିଟୁ ଓ କାଶୀନାଥ ତଳେ ପଡ଼ି ଗୁରୁତର ହୋଇଥିଲେ । ତୁରନ୍ତ ସ୍ଥାନୀୟଲୋକେ ବାଇକ ଚାଳକ ମିଟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୋଲସରା ମେଡ଼ିକାଲକୁ ପଠାଇ ଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି କାଶୀନାଥଙ୍କୁ ଉଦ୍ଧାର କରାଯାଇ କୋଦଳା ମେଡ଼ିକାଲକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତ୍ୟୁ ଖବର ଶୁଣି ପୋଲସରା ଓ କୋଦଳା ମେଡ଼ିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme