Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖାଇବାକୁ ଘୂରି ବୁଲୁଛନ୍ତି ଲୋକେ, ଗ୍ରାହକ ନଆସିବାରୁ ନିରାଶ ବ୍ୟବସାୟୀ

Posted on November 8, 2025

ଚଳିତ ବର୍ଷ  ଜିଲ୍ଲା ପ୍ରଶାସନ ଦ୍ୱାରା ଦହିବରା ହାଟ  ହୋଇଥିଲାବେଳେ ତାହା କେବଳ ପ୍ରହସନ  ପାଲଟିଥିବା ଅଭିଯୋଗ ହୋଇଛି । କାରଣ  ତଳ ପଡ଼ିଆରେ ଏଭଳି ଏକ ସ୍ଥାନରେ ଷ୍ଟଲ୍‌  ଦିଆଯାଇଛି ଯାହାକୁ ଖୋଜି ବୁଲୁଛନ୍ତି ଲୋକେ ।  ଯେଉଁଠି ପୂର୍ବରୁ ଦହିବରା ବ୍ୟବସାୟୀମାନେ  ଦିନକରେ ଧୁମ୍‌ ବେପାର କରୁଥିଲେ ଏଥର  ତାହାର ଅଧା ବେପାର ହେଉ ନ ଥିବାରୁ  ଏହା ବ୍ୟବସାୟୀଙ୍କୁ ନିରାଶ କରିଛି ।

କଟକ ସହରର ବିଭିନ୍ନ ନାମୀଦାମୀ ଦହିବରା ବ୍ୟବସାୟୀଙ୍କୁ ନେଇ ଦହିବରା ହାଟ କରିଛି ପ୍ରଶାସନ । ବାଲିଯାତ୍ରା ପୂର୍ବରୁ ଏନେଇ ପ୍ରଶାସନ ଡିଙ୍ଗୁରା ପିଟିଥିଲା । କିନ୍ତୁ ବାଲିଯାତ୍ରାକୁ ତିନି ଦିନ ପୂରିବାକୁ ବସିଥିଲାବେଳେ ଆଶା ମୁତାବକ ବେପାର କରିପାରୁନାହାନ୍ତି ବ୍ୟବସାୟୀ । କାରଣ ଓରମାସ୍‌ ଓ କଟକ ଇନ୍‌ କଟକ ମଝିରେ ଗଳି ଭିତରେ ଷ୍ଟଲ୍‌ ପଡ଼ିଛି । ଯାହା ଅନେକ କିଣାକିଣି ସାମଗ୍ରୀ  ଭିତରେ ଖାଇବା ଷ୍ଟଲ୍‌ ପଡ଼ିଥିବାରୁ ହଠାତ୍‌  ଏହା ଦହିବରା ହାଟ ବୋଲି ଅନୁମାନ କରିବା  ମୁସ୍କିଲ୍‌ ହୋଇପଡୁଛି । କିନ୍ତୁ ତାହାରି ମଧ୍ୟରେ  ରିଂବନ୍ଧ ରାସ୍ତା ପାଶ୍ୱର୍କୁ ମୁହଁ କରି ବାବୁଲା  ଦହିବରା, ଏ ୱାନ୍‌ ପ୍ରତାପ ଦହିବରା,  ତ୍ରିନାଥ ଦହିବରା ଓ ରଘୁ ଦହିବରା  ଭଳି ୪ଟି ଷ୍ଟଲ୍‌ ପଡ଼ିଛି । ପୂର୍ବରୁ ଉପର  ପଡ଼ିଆରେ ବେପାର କରୁଥିଲାବେଳେ  ଏଥର ଅନେକ ସ୍ୱପ୍ନ ଦେଖାଇ ଆଣିଥିବା  ପ୍ରଶାସନ କୋଣଠେସା କରି ଭୁଲିଯାଇଥିବା  ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme