
ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ ଓ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତାରିଖକୁ ଅନୁମୋଦନ କରିଛନ୍ତି ବୋଲି ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି ।
ଏହି ଅଧିବେଶନରେ ବହୁ ଗୁରୁତ୍ତପୂର୍ଣ୍ଣ ବିଲ ଆସିବା ସହିତ ବିରୋଧୀ ଦଳଗୁଡ଼ିକ ସରକାରକୁ ଘେରିବା ପାଇଁ ରଣନୀତି ତିଆରି କରୁଛନ୍ତି । ବିହାର ନିର୍ବାଚନ ଫଳାଫଳ, ଦରଦାମ ବୃଦ୍ଧି, ବେକାରି ଓ ଭୋଟ ଚୋରି ମୁଦ୍ଦା ଉଠାଇବା ଆଶା ଅଛି । ଅନ୍ୟପଟେ ସରକାର ମଧ୍ୟ ବିରୋଧୀଙ୍କୁ କାଉଁଟର କରିବାକୁ ପ୍ରସ୍ତୁତ ।
ପୂର୍ବ ମୌସୁମୀ ଅଧିବେଶନ ୩୨ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିରୋଧୀ ହଙ୍ଗାମାରୁ ୨୧ ଦିନ ମାତ୍ର କାର୍ଯ୍ୟ ଚାଲିଥିଲା ଓ ୧୫ଟି ବିଲ ପାସ୍ ହୋଇଥିଲା ।
