Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀ ବିମାନବନ୍ଦରରେ ଯାନ୍ତ୍ରିକ ତ୍ରୁଟି, ବିମାନ ଉଡାଣରେ ବ୍ୟାଘାତ,୭୦୦ ବିମାନ ପ୍ରଭାବିତ

Posted on November 8, 2025

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣ ଓ ଅବତରଣରେ ବ୍ୟାଘାତ ସୃଷ୍ଟି ହୋଇଛି। ସର୍ଭରରେ ଯାନ୍ତ୍ରିକ ତ୍ରୁଟି ହେତୁ ଅନେକ ବିମାନ ଉଡାଣ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ, ଏହି ତ୍ରୁଟି ସାଇବର ଆକ୍ରମଣ ହୋଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରାଯାଇଛି।

ସପ୍ତାହେ ଧରି ଏଭଳି ସମସ୍ୟା ଚାଲିଥିବା ବେଳେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନ୍ତ୍ରିକ ବିକଳ ଚଳାଚଳକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଫ୍ଲାଇଟ୍ ରାଡାର ଅନୁଯାୟୀ ଅତିକମରେ ୭୦୦ ବିମାନ ପ୍ରଭାବିତ ହୋଇଛି ଓ ଅନେକ ବିମାନ ରନୱେରେ ଫସି ରହିଛି।

ଏହି ପରିସ୍ଥିତିରେ ଆଇଜିଆଇ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ସେମାନଙ୍କ ଅନୁସାରେ, ଯାନ୍ତ୍ରିକ ତ୍ରୁଟିଟି “ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମ” (Automatic Message Switching System) କୁ ପ୍ରଭାବିତ କରିଛି, ଯାହା ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଓ ଉଡାଣ ଯୋଜନା ପାଇଁ ବ୍ୟବହୃତ ହୁଏ।

ସମ୍ପୃକ୍ତ କର୍ତ୍ତୃପକ୍ଷ ଯାନ୍ତ୍ରିକ ସମସ୍ୟାର ସମାଧାନ ପାଇଁ କାମ କରୁଛନ୍ତି। ଯାତ୍ରୀମାନଙ୍କୁ ସଂଶୋଧିତ ବିମାନ ସମୟସୂଚୀ ଶୀଘ୍ର ଦିଆଯିବ ବୋଲି ସୂଚନା ଦିଆଯାଇଛି ଓ ସେମାନଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଅନୁରୋଧ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme