Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗତବର୍ଷ ତୁଳନାରେ ୧୧ % ଅଧିକ ଦୁର୍ଘଟଣା, ଶୀତ ଋତୁରେ କୁହୁଡ଼ି ଯୋଗୁ ସଂଖ୍ୟା ବଢ଼ିପାରେ

Posted on November 8, 2025

ଖୋର୍ଦ୍ଧା ଜିଲ୍ଲାରେ  ଗତବର୍ଷ ତୁଳନାରେ  ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି ।  ୬ଜଣଙ୍କ ଜୀବନ ଗଲାଣି । ଜାତୀୟ ରାଜପଥରେ ହିଁ  ସର୍ବାଧିକ ମୁଣ୍ଡ ଗଡି଼ଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ  ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଶୀତଋତୁ ଆରମ୍ଭ  ହୋଇଗଲାଣି । ନଭେମ୍ବରରୁ ଫେବ୍ରୁଆରୀ ଭିତରେ ପିକ୍‌ନିକ୍‌  ଓ କୁହୁଡ଼ି ଯୋଗୁ ଦୁର୍ଘଟଣା ବଢ଼ିବା ଆଶଙ୍କା ରହିଛି । ବର୍ଷକ  ଭିତରେ ଦୁର୍ଘଟଣାର ଏହି ବର୍ଦ୍ଧିତ ତଥ୍ୟ ଜିଲ୍ଲା ପ୍ରଶାସନ  ସହ ପରିବହନ ବିଭାଗର ଚିନ୍ତା ବଢାଇ ଦେଇଛି । 

ଗତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଭିତରେ ମୋଟ  ୮୪୯ଟି ଦୁର୍ଘଟଣା ଘଟିଥିଲା । ଚଳିତବର୍ଷ ଏହି ସଂଖ୍ୟା  ବଢ଼ିକି ୯୫୪ରେ ପହଞ୍ଚିଛି । ଦୁର୍ଘଟଣା ଯୋଗୁ ଗତବର୍ଷ  ୨୭୦ଜଣଙ୍କ ମୃତ୍ୟୁ ଘଟିଥିଲା । ଚଳିତଥର ୨୭୬ଜଣଙ୍କ  ଜୀବନ ଗଲାଣି । ଯାହାକି, ଗତବର୍ଷ ତୁଳନାରେ ୨.୧୭  ପ୍ରତିଶତ ଅଧିକ । ଅବଶ୍ୟ, ଦୁର୍ଘଟଣାରେ ଗୁରୁତର  ଆହତଙ୍କ ଗ୍ରାଫ୍‌ ସାମାନ୍ୟ ଖସିଛି । ଗତବର୍ଷ ୯ ମାସରେ  ୫୪୭ଜଣ ଗୁରୁତର ହୋଇଥିବା ବେଳେ ଚଳିତ ଥର  ମୋଟ ୫୩୪ଜଣ ଗୁରୁତର ଆହତ ହୋଇଛନ୍ତି । ପୂର୍ବରୁ ନଂ-୧୬ ଜାତୀୟ ରାଜପଥରେ ଓଭରବ୍ରିଜ୍‌  ନଥିବାରୁ ଅଧିକାଂଶ ଦୁର୍ଘଟଣା ଘଟୁଥିଲା। କେଉଁଠି  ପଥଚାରୀ କିମ୍ବା ଗାଡି଼ଚାଳକଙ୍କୁ ଭାରୀଯାନ ଧକ୍କା ଦେଇ  ଖସି ପଳାଉଥିଲା । କେଉଁଠି ଚାଲିକରି ଏନ୍‌ଏଚ୍‌ ପାର୍‌  ବେଳେ ଗାଡି଼ ଚକା ତଳେ ଲୋକଙ୍କ ଜୀବନ ଯାଉଥିଲା ।  କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ପାହାଳଠାରୁ ଖୋର୍ଦ୍ଧା ସୀମା  ଶେଷ ଯାଏ ଓଭରବ୍ରିଜ୍‌ ନିର୍ମାଣ ସରିଛି । ଏଥିଯୋଗୁ ଏନ୍‌ଏଚ୍‌ରେ ବ୍ଲାକ୍‌ ସ୍ପଟ୍‌ର ସଂଖ୍ୟାରେ ବି ହ୍ରାସ ପାଇଛି । ଏନ୍‌ଏଚ୍‌ରେ ଓଭରବ୍ରିଜ୍‌ ନିର୍ମାଣ ସତ୍ତେ୍ୱ ସଡ଼କ ସୁରକ୍ଷା  ବଢ଼ିବାକୁ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞ ଚିନ୍ତାପ୍ରକଟ କରିଛନ୍ତି ।

ସେ କହିଛନ୍ତି, ସହରାଞ୍ଚଳରେ  ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି । ଟ୍ରାଫିକ୍‌  ଚେକିଂରେ ଢିଲା ଯୋଗୁ ଅମାନିଆଙ୍କ ବିପଥଗାମୀ  ଗାଡି଼ ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme