Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ଏଣିକି ମେଦବହୁଳତା ଥିଲେ ମିଳିବନି ଆମେରିକା ଭିସା

Posted on November 8, 2025

ଆମେରିକାରେ ରହିବା ପାଇଁ ଆବେଦନ  କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା କିମ୍ବା  ହୃଦ୍‌ରୋଗ ଥାଏ ତେବେ ସେମାନଙ୍କୁ ମିଳି ନ ପାରେ ଭିସା । ଟ୍ରମ୍ପ ପ୍ରଶାସନ  ପକ୍ଷରୁ ଜାରି ନୂଆ ନିୟମାବଳୀରେ ଏହା ଉଲ୍ଲେଖ କରାଯାଇଛି । 

ରିପୋର୍ଟ ଅନୁସାରେ, ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାକୁ  ବିଭିନ୍ନ ଦୂତାବାସ ଏବଂ କନ୍‌ସୁଲାର ଅଫିସ୍‌କୁ ପଠାଯାଇଛି । ଭିସା ମଞ୍ଜୁରୀ  କରିବା ସମୟରେ ଆବେଦକଙ୍କ ସ୍ୱାସ୍ଥ୍ୟକୁ ବିଚାରକୁ ନେବା ପାଇଁ ଭିସା  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି । 

ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଆବେଦନକାରୀଙ୍କ ସ୍ୱାସ୍ଥ୍ୟ ଏବଂ ବୟସ  ସରକାରୀ ପାଣ୍ଠି ଦ୍ୱାରା ଅନୁଦାନପ୍ରାପ୍ତ ଚିକିତ୍ସା ସେବା ଉପରେ ନିର୍ଭର କରିବାର  ସମ୍ଭାବନା ଥିଲେ ଉକ୍ତ ଆବେଦକଙ୍କୁ ‘ପବ୍ଲିକ୍‌ ଚାର୍ଜ’ ଭାବେ ବର୍ଗୀକରଣ କରାଯିବ । ଭିସା ଆବେଦନ କ୍ଷେତ୍ରରେ ହେଲ୍‌ଥ ସ୍କ୍ରିନିଂ ଗୁରୁତ୍ୱ ବହନ କରିଆସୁଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ନୂଆ ନିୟମ ଦ୍ୱାରା ଆବେଦନ  ଖାରଜ କରିବା ଲାଗି ସର୍କୁଲାର ଅଧିକାରୀମାନଙ୍କୁ ଅଧିକ କ୍ଷମତା ମିଳିବ । ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର କଡ଼ା ଭିସା ନୀତିର ଏହା ଅଂଶବିଶେଷ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme