
ବାରିପଦା ଦାମୋଦରପୁରଠାରେ ଦୁର୍ଘଟଣା । ପାଲବଣୀରୁ ଦାମୋଦରପୁର ପର୍ଯ୍ୟନ୍ତ ଲମ୍ବି ଥିବା ଓଭର ବ୍ରିଜ୍ର ଦାମୋଦରପୁର ନିକଟରେ ଏକ ଟ୍ରଲର ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି l ଦୁର୍ଘଟଣା ଯୋଗୁଁ ଟ୍ରଲରଟିରେ ବୋଝେଇ ହୋଇ ଯାଉଥିବା ଲୁହାର ବଡ଼ ବଡ଼ ବିମ୍ ରାସ୍ତା ଉପରେ ପଡ଼ିଛି ।
ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ୧୮ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଯୋଗୁଁ ମୁର୍ଗାବାଢ଼ିରେ ରଙ୍ଗ ରୁଟ୍ରେ ଟ୍ରକ ଗୁଡ଼ିକ ଯାଉଥିବା ଦେଖିବାକୁ ମିଳୁଛି । ସେପଟେ ବାଲେଶ୍ୱର ପଟୁ ପାଲବଣୀ ଦେଇ ଓଭର ବ୍ରିଜ୍ରେ ଆସୁଥିବା ଗାଡ଼ିଗୁଡ଼ିକ ଓଭର ବ୍ରିଜ୍ ଉପରେ ଫସି ରହିଛି ।
