Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଲ୍ କରିବାର ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲା ଆମ୍ଵୁଲାନ୍ସ

Posted on November 6, 2025

ବାଲେଶ୍ଵର ଜିଲ୍ଲା ରାଇବଣିଆ ଅଞ୍ଚଳରେ ଆମ୍ବୁଲାନ୍ସ ସମସ୍ୟା। ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ୬ଟା ବେଳେ କଲ୍ କରିଥିଲେ, ୯ଟା ବେଳେ ପହଞ୍ଚିଲା ଆମ୍ବୁଲାନ୍ସ। ଦୀର୍ଘ ୩ ଘଣ୍ଟା ପ୍ରସବ ଯନ୍ତ୍ରଣା ସହି ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ ମହିଳା। ଜଳେଶ୍ଵର ବ୍ଲକ ସର୍ଦ୍ଦାରବନ୍ଧ ପଞ୍ଚାୟତର ପଳାଶବଣୀ ଗାଁରେ ଏଭଳି ଘଟଣା ଘଟିଛି। ବାରମ୍ବାର ଏଭଳି ଆମ୍ବୁଲାନ୍ସ ସମସ୍ୟା ଦେଖା ଦେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ହେଉଛି। 

ସୂଚନାନୁଯାୟୀ, ଜଳେଶ୍ଵର ବ୍ଲକ ସର୍ଦ୍ଦାରବନ୍ଧ ପଞ୍ଚାୟତର ପଳାଶବଣୀ ଗାଁର ନରେନ୍ଦ୍ର ସିଂଙ୍କ ପତ୍ନୀ ରେଖା ସିଂ ଗର୍ଭବତୀ ଥିଲେ। ଗୁରୁବାର ଭୋର୍ ୪ଟା ବେଳେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଘର ଲୋକେ ଗାଁର ଆଶା ଦିଦି ଗୀତାଞ୍ଜଳୀ ସାସମଲଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି କାମରେ ଭୁବନେଶ୍ଵର ଯାଇଥିବା ଜଣାପଡ଼ିଥିଲା। ଆଶା ଦିଦି ଏହା ଜାଣିବା ପରେ ସକାଳ ୬ଟା ବେଳେ ଆମ୍ଵୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ଵୁଲାନ୍ସ ଠିକ୍ ସମୟରେ ପହଞ୍ଚି ନଥିଲା। ସେପଟେ ନରେନ୍ଦ୍ରଙ୍କ ଗୋଡ଼ ଭାଙ୍ଗି ଥିବାରୁ ଓ ଶାଶୁ ରୋଗୀଣା ହୋଇଥିବାରୁ ରେଖା ମେଡିକାଲକୁ ଯାଇ ପାରିନଥିଲେ। ଦିର୍ଘ ସମୟ ଧରି ପ୍ରସବ ଯନ୍ତ୍ରଣା ସହିବା ପରେ ସକାଳ ସାଢେ ୮ଟାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ୯ଟା ବେଳେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ମା ଓ ଛୁଆଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ଉଭୟଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି। 

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଇବଣିଆ ଅଞ୍ଚଳର ବାରମ୍ଵାର ଆମ୍ଵୁଲାନ୍ସ ସମସ୍ୟା ଉପୁଜୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme