Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାର୍ଗଶିର ଗୁରୁବାରରେ ପଡିଲା ଛାଡ଼ଖାଇ

Posted on November 6, 2025

ମାସେ ହେଲାଣି ପାଟିରେ ଆଇଁଷ ବାଜିନଥିଲା । କିଏ ୭ଦିନ ତ ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ । ଅପେକ୍ଷା କରିଥିଲେ ଛାଡ଼ ଖାଇକୁ । ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି । ଶୁକ୍ରବାର ପାଳିବେ ଛାଡଖାଇ । ହେଲେ ଏଥରକ ଆମିଷ ବଜାର ଉପରେ ଚଡ଼କ ପଡିବ । ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ମୋନ୍‌ଥା ମାଛ ଦରକୁ ଦେଢ଼ଗୁଣ କରିଥିବା ବେଳେ ଖାସି, ଚିକେନ୍‌ ଦର ବି ଉପରମୁହାଁ । ଯେମିତି ବି ହେଉ, ଆମିଷଖିଆଙ୍କ ପକେଟ ଫାଙ୍କା କରିଦେବ ଛାଡଖାଇ ।
ବର୍ଷତମାମ ମାଛ ପାଇଁ ଆନ୍ଧ୍ରପ୍ରଦେଶ ହିଁ ଓଡିଶାକୁ ସାହା ହୁଏ । ହେଲେ ଚଳିତବର୍ଷ ବାତ୍ୟା ମୋନ୍‌ଥା ପାଇଁ ଆନ୍ଧ୍ରପ୍ରଦେଶରେ ମାଛ ଦର ବଢ଼ିଯାଇଛି । ଛାଡଖାଇକୁ ଦୃଷ୍ଟିରେ ରଖି ଏଥରକ ୧୫ଟି ମାଛ ଟ୍ରକ ପାଇଁ ଆନ୍ଧ୍ରପ୍ରଦେଶକୁ କୁହାଯାଇଥିବା ବେଳେ ରୋହି, ଭାକୁର, ମିରିକାଳି ଭଳି ମାଛ କିଲୋପ୍ରତି ୨୦ରୁ ୩୦ଟଙ୍କା ବଢ଼ିପାରେ ବୋଲି ବେପାରୀମାନେ କହିଛନ୍ତି । ପୂର୍ବରୁ ୧୫ ଟ୍ରକ ମାଛରେ ଥିବା ୧୫୦ଟନ୍‌ ମାଛ କିଣିବାକୁ ୨ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା । ହେଲେ ଏବେ ସେତିକି ମାଛ କିଣିବାକୁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆକଳନ କରାଯାଇଛି । ଏସବୁ ମଧ୍ୟରେ କିନ୍ତୁ କୁକୁଡ଼ା, ଛେଳିଙ୍କ ଆୟୁଷ ଗୋଟିଏ ଦିନ ବଢ଼ିଛି ।
ରାଜଧାନୀର ସବୁଠୁ ବଡ ମାଛ ହାଟ କୁହାଯାଉଥିବା ୟୁନିଟ-୪ ହାଟରେ ଆଜି ବେପାରୀମାନେ ଚଳଚଞ୍ଚଳ ହୋଇପଡିଥିଲେ । ଏହି ହାଟରେ ଓଡିଶାରେ ଉପଲବ୍ଧ ସବୁ ପ୍ରକାରର ମାଛ, କୁକୁଡା, ଛେଳି ଓ ଅଣ୍ଡା ମିଳିଥାଏ । ଏବର୍ଷ ଅଧିକ ଚାହିଦାରେ ଅଛି ବିହାର ଓ କୋଲକାତାରୁ ଆସୁଥିବା ଖାସି । ଯାହର ଦର ରହିଛି ୮୦୦ରୁ ୯୦୦ । ଏହାରି ମଧ୍ୟରେ ମାଛକୁ ନେଇ ପ୍ରଶ୍ନସୃଷ୍ଟି ହୋଇଛି । ଅନ୍ୟଦିନ ମାନଙ୍କରେ ପାଖାପାଖି ୧୦ଟି ମାଛ ଟ୍ରକ ଆନ୍ଧ୍ରରୁ ଆସୁଥିଲା । ରଜ, ଛାଡଖାଇ ବେଳେ ଆଉ ଅଧିକ ୫ଗାଡି ଆସିଥାଏ । ହାଟରେ ରୋହି କିଲୋପ୍ରତି ୧୨୦ରୁ ୧୪୦ ଓ ଭାକୁର ୧୫୦ରୁ ୧୭୦ଟଙ୍କାରେ ବିକ୍ରି ହୁଏ । ଯଦି ଆନ୍ଧ୍ରପ୍ରଦେଶରେ ଦର ବଢ଼ୁଛି ତେବେ ଭୁବନେଶ୍ୱର ମାର୍କେଟରେ ଗ୍ରାହକଙ୍କୁ ଅଧିକ ୨୦ ଟଙ୍କା ଦେବାକୁ ପଡିବ । ବାସ୍ତବ ଦର ନିର୍ଦ୍ଧାରଣ ପାଇଁ ଗୁରୁବାର ସଂଧ୍ୟାରେ ଆଲୋଚନା କରାଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି ।
ଜସିପୁର, ବାରିପୁର, ବାରିପଦା, ହରିପୁର ଓ ଦଶପଲ୍ଲାରୁ ମଟନ୍‌, ପାରାଦୀପ, ଭଦ୍ରକ, ବ୍ରହ୍ମପୁର, ଭୁଷଣ୍ଡପୁରରୁ ଇଲିସି ସହ ଦେଶୀମାଛ, ପିପିଲି, କଣାସ, ଆଠଗଡ, ନିଆଳିରୁ ଦେଶୀ ଓ ବ୍ରଏଲର କୁକୁଡା ଆସିବ ବୋଲି ନିଖିଳ ଉତ୍କଳ ଆମିଷ ବ୍ୟବସାୟୀ ମହାସଂଘର ସଭାପତି କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme