Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରେମିକା ବାପାଙ୍କ ବେକ କାଟିଦେଲା ପ୍ରେମିକ

Posted on November 5, 2025

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡିଆ ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଏକତରଫା ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ବାପାଙ୍କ ବେକ କାଟିଦେଲା ପ୍ରେମିକ। ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ରାଜେନ୍ଦ୍ରଙ୍କ ଝିଅକୁ ବରଣ୍ଡୁ ପଞ୍ଚାୟତ କେନାଲ ଆଡି ଗ୍ରାମର ଏକ ଯୁବକ ଏକତରଫା ଭଲ ପାଉଥିଲା। ଏପରି ଏକତରଫା ପ୍ରେମକୁ ଝିଅର ବାପା ରାଜେନ୍ଦ୍ର ବିରୋଧ କରୁଥିଲେ। ବୁଧବାର ରାଜେନ୍ଦ୍ରଙ୍କ ଝିଅ ତୁଳାମତୁଳା ବିଦ୍ୟାଳୟକୁ ଟିୟୁସନ ହେବାକୁ ଆସିଥିବା ବେଳେ ରାଜେନ୍ଦ୍ର ଝିଅ ନିକଟକୁ ଆସିଥିଲେ । ଟିୟୁସନ ନିକଟରେ ଝିଅର ପ୍ରେମିକ ଜଗି ବସିଥିବା ବେଳେ ରାଜେନ୍ଦ୍ର ପାଟି କରିଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ଯୁବକ ପକେଟରୁ ଏକ ଧାରୁଆସ୍ତ୍ର କାଢି ରାଜେନ୍ଦ୍ରଙ୍କ ବେକ କାଟିଦେଇଥିଲା। ପରେ ସ୍ଥାନୀୟ ଲୋକେ ପହଞ୍ଚିବାରୁ ଯୁବକ ଜଣକ ନିଜର ବାଇକ ଛାଡି ଚମ୍ପଟ ମାରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାଇକ୍‌କୁ ଜବତ କରି ଥାନାକୁ ନେଇଆସିଥିଲା । ଅନ୍ୟପଟେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ରାଜେନ୍ଦ୍ରକୁ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ସେଠାରେ ରାଜେନ୍ଦ୍ରଙ୍କ ଚିକିତ୍ସା ଚାଲିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme