Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଳାସପୁର ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ, ଲୋକୋ ପାଇଲଟ ମାନିନଥିଲେ ସିଗନାଲ୍

Posted on November 5, 2025

ଛତିଶଗଡ଼ ବିଳାସପୁରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏବେ ଟ୍ରେନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଯାଞ୍ଚରୁ ଜାଣିବାକୁ ମିଳିଛି କି, ସିଗନାଲ ନମାନି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ମେମୁ ଟ୍ରେନ । ଲୋକ ପାଇଲଟ ସିଗନାଲ ନିୟମକୁ ପାଳନ ନକରିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ରେଳବାଇ କହିଛି ।

ପ୍ରାଥମିକ ଯାଂଚରେ ବ୍ରେକିଂ ସିଷ୍ଟମରେ କୌଣସି ତ୍ରୁଟି ଜଣାପଡିନଥିବା ବେଳେ ଲୋକ ପାଇଲଟଙ୍କ ଅସାବଧାନତାକୁ ଦାୟୀ କରାଯାଇଛି । ଲୋକୋ ପାଇଲଟଙ୍କ ବ୍ଲାକ ବକ୍ସ ଡାଟା, ସିଗନାଲ ଲଗ୍ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ତଦନ୍ତ କରୁଛନ୍ତି ରେଳ ସୁରକ୍ଷା କମିଶନର । କେବଳ ଏ ଗୋଟେ ଘଟଣା ନୁହେଁ ବଂର ୨୦୨୫ରେ ହୋଇଥିବା ୩ରୁ ଅଧିକ ଦୁର୍ଘଟଣାରେ ଯାନ୍ତ୍ରିକ ଓ ପରିଚାଳନାଗତ ତ୍ରୁଟି ପରିଲିକ୍ଷିତ ହୋଇଛି ।

ଦୁର୍ଘଟଣା ପରେ ଟ୍ରେନ୍ କୋଚ୍ ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ, ଟ୍ରାକ୍ ସଫା କରିବା କାମ ଦ୍ରୁତ ଗତିରେ ଆରମ୍ଭ ହୋଇଥିଲା । ଏହା ଅନେକ ଟ୍ରେନକୁ ମଧ୍ୟ ପ୍ରଭାବିତ କରିଛି ।

ସୂଚନାଯୋଗ୍ୟ, ଗତକାଲି ଜୟୀରାମନଗର ଷ୍ଟେସନରେ ମାଲଗାଡ଼ିକୁ ଧକ୍କା ଦେଇଥିଲା ପାସେଞ୍ଜର ଟ୍ରେନ। ଦୁର୍ଘଟଣାରେ ୪ ରୁ ୫ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ରେଲଓେ୍ବ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme