Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଛତିଶଗଡରେ ଭୟାବହ ଟ୍ରେନ୍ ଦୁର୍ଘଟଣା, ୧୧ ମୃତ, ୨୪ରୁ ଅଧିକ ଆହତ

Posted on November 5, 2025

ଛତିଶଗଡର ବିଳାସପୁର ଜିଲ୍ଲାର ଲାଲଖଦାନ ଷ୍ଟେସନ ନିକଟରେ ଘଟିଛି ଭୟାବହ ଟ୍ରେନ୍ ଦୁର୍ଘଟଣା। କୋର୍ବା ଯାତ୍ରୀବାହୀ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହେବାରୁ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ଓ ୨୪ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ବିଳାସପୁରରୁ କୋର୍ବା ଯାଉଥିବା ଯାତ୍ରୀବାହୀ ଟ୍ରେନ୍ ବିପରୀତ ଦିଗରୁ ଆସୁଥିବା ମାଲବାହୀ ଟ୍ରେନ୍‌ କୁ ଧକ୍କା ଦେଇଥିଲା । ଧକ୍କାର ଘାତ ଏତେ ଭୟାବହ ଥିଲା ଯେ ଯାତ୍ରୀବାହୀ ଟ୍ରେନ୍‌ର କିଛି ବଗି ମାଲବାହୀ ଟ୍ରେନ୍‌ର ଉପରେ ଚଢ଼ିଗଲା ଓ ମାଲବାହୀ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା।

ଦୁର୍ଘଟଣା ପରେ ରେଳ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ଏହି ରୁଟରେ ଚଳାଚଳ କରୁଥିବା ବହୁ ଟ୍ରେନ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯାଇଛି। ଦୁର୍ଘଟଣାର ତଦନ୍ତ ପାଇଁ ରେଳବାଇ ନିରାପତ୍ତା କମିସନ ନିଯୁକ୍ତ ହୋଇଛି। ମୃତ ଓ ଆହତ ଯାତ୍ରୀମାନଙ୍କ ପରିବାର ପାଇଁ ରେଳବାଇ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme