
ରିମାଣ୍ଡରେ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ । ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ଟିମ୍ । ହତ୍ୟାର ସତ ଓଗାଳୁଛନ୍ତି ତଦନ୍ତ ଅଧିକାରୀ । ଏମାନଙ୍କ ମାଧ୍ୟମରେ ପୂର୍ବରୁ ଗିରଫ ହୋଇଥିବା ୧୪ ଜଣଙ୍କୁ ଲିଙ୍କ୍ ଖୋଜୁଛି ପୋଲିସ । ଏହାସହ ଏହି ମାମଲାରେ ପୂର୍ବରୁ ଜେଲରେ ଥିବା ଅପରାଧୀ ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କୁ ରିମାଣ୍ଡରେ ନେଇ ଏକାଠି ଜେରା କରିବ ବୋଲିସ ।
ଗତକାଲି ଉମା ବିଷୋୟୀ ଓ କୁରୁପତି ଭଳୟାଁଙ୍କୁ ବ୍ରହ୍ମପୁର SDJM କୋର୍ଟରେ ହାଜର କରାଯାଇଥିଲା । ପରେ ଦୁଇ ଜଣଙ୍କୁ ୪ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ । କିନ୍ତୁ କୋର୍ଟ ଦୁଇଦିନ ପାଇଁ ଅନୁମତି ଦେଇଛନ୍ତି ।
