Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକରେ ଯାନବାହାନ ଚଳାଚଳ ଉପରେ କଟକଣା

Posted on November 5, 2025

ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକରେ ମହାନଦୀ କୂଳରେ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । କଟକ ସହରର ବିଭିନ୍ନ ରାସ୍ତା ଗୁଡ଼ିକରେ ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ଓ ଜନସାଧାରଣ/ପଥଚାରୀଙ୍କ ସୁବିଧା ପାଇଁ କଟକ ସହରାଞ୍ଚଳ ପୁଲିସ୍ ଦ୍ୱାରା କଟକଣା ଲାଗୁ କରାଯାଇଛି ।  

ଐତିହାସିକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ସହରରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ୭ ଦିନିଆ ଏହି ଉତ୍ସବରେ ପ୍ରବଳ ଭିଡ଼ ଆଶଙ୍କା କରି ଶୃଙ୍ଖଳିତ ଯାତାୟତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି କଟକଣା ନଭେମ୍ବର ୫ରୁ ୧୨ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ନ କମିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ପୁଲିସ କମିଶନର ଏସ୍. ଦେବ ଦତ୍ତ ସିଂହ ଓଡ଼ିଶା ସହରାଞ୍ଚଳ ପୁଲିସ୍ ଅଧିନିୟମ, ୨୦୦୩ର ଧାରା ୨୮ ଅନୁଯାୟୀ ଏହି କଟକଣା ଲଗାଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme