ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁ ନିକଟରୁ ଏକ ଗୋରୁ ବୋଝେଇ ବୋଲେରୋ ଗାଡିକୁ ପିଛା କରି ଧରିଛନ୍ତି ମାରୁତି ସେନାର ସଦସ୍ୟ। ଏଥିସହିତ ବୋଲେରୋ ଗାଡି ଭିତରୁ ୩ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ତେବେ ଗାଡ଼ିରେ ଥିବା ୪ ଜଣ ଗୋରୁ ମାଫିଆ ଫେରାର ମାରିଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ଗାଡି ଏବଂ ଗୋରୁ ଗୁଡିକୁୁ ପୋଲିସର ଜିମା ଦେଇଛି ମାରୁତି ସେନା। ଗୋରୁ ବୋଝେଇ ବୋଲେରୋ ଗାଡିଟି କାମାକ୍ଷାନଗର ଆଡୁ କେଉଁଝର ଅଞ୍ଚଳକୁ ଯାଉଥିବା ବେଳେ ପୋଲିସକୁ ଖବର ଦେବା ସହ ପିଛା କରିଥିଲେ ମାରୁତି ସେନାର ସଦସ୍ୟ। ତେବେ ଅଞ୍ଚଳରେ ହେଉଥିବା ଗୋ ଚାଲାଣ ରୋକିବା ପାଇଁ ପୋଲିସ ପ୍ରଶାସନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ମାରୁତି ସେନାର ସଦସ୍ୟ ମାନେ ଦାବି କରିଛନ୍ତି।

