
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୋଲିସ ତଦନ୍ତ ତୀବ୍ର କରିଛି । ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀଙ୍କୁ ଗିରଫ କରି ଜେରା କରାଯାଉଛି । ରାତିରେ ଆଉ ୨ ଜଣଙ୍କୁ ଧରି ପୋଲିସ ମୋଟ ୪ ଜଣଙ୍କୁ ଗୁପ୍ତ ସ୍ଥାନରେ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ ଅକ୍ଟୋବର ୬ ରାତି ୧୦ଟା ୧ରେ ପୀତବାସଙ୍କ ଘର ନିକଟ ଛକରେ କୁରୁପତି ଦେଶୀ ବନ୍ଧୁକରେ ପୀତବାସଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ପୀତାବାସଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ବ୍ରହ୍ମପୁର ପୂର୍ବତନ ମେୟର ଶିବଶଙ୍କର ଦାସ ସହିତ ମୋଟ ୧୪ ଜଣ ଗିରଫ ହୋଇଛନ୍ତି ।
ପୋଲିସ ସୁଦର୍ଶନ ଜେନା ଓ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରୁଛି । ତଦନ୍ତ ଜାରି ରହିଛି ।
