
ବିଷାକ୍ତ ମାଛ ଖାଇ ୩ ବର୍ଷର ଶିଶୁର ମୃତ୍ୟୁ। ଆଉ ୩ ଗୁରୁତର। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବରଣ୍ଡୁଆ ଠାରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି।
ସୂଚନାନୁଯାୟୀ, ବାସୁଦେବପୁର ବ୍ଲକ୍ ବରଣ୍ଡୁଆରେ ଗୋଟିଏ ପରିବାର ବିଷାକ୍ତ ମାଛ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ମା’ କନକଲତା, ବଡ଼ ଝିଅ ଲକ୍ଷ୍ମୀ ବନ୍ଧ ଓ ପୁଅ ଅଜିତ ବନ୍ଧ। ବାସୁଦେବପୁର ମେଡିକାଲରେ ଏବେ ସେମାନଙ୍କର ଚିକିତ୍ସା ଚାଲିଛି।
