
ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଅଚକ ପଞ୍ଚାୟତର ଉତରବାହା ଗ୍ରାମରେ ଡକାୟତି। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ତାଲା ଭାଙ୍ଗି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍।
ସୂଚନାନୁଯାୟୀ, ତିହିଡ଼ି ଥାନା ଉତରବାହା ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ମନୋଜ ମଲ୍ଲିକଙ୍କ ଘରେ ଲୁଟ୍ପାଟ୍ ହୋଇଛି। ମନୋଜଙ୍କ ପରିବାର ଲୋକ ବାହାରେ ରହୁଥିବା ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶିଥିଲେ। ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ଏନେଇ ଖବର ପାଇବା ପରେ ତିହିଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

