Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଫଗାନିସ୍ତାନରେ ଭୂକମ୍ପ ଝଟକା , ୨୦ ମୃତ୍ୟୁ, ୧୫୦ ଆହତ

Posted on November 3, 2025

ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୮ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ।

ସ୍ବାସ୍ଥ୍ୟ ବିଭାଗର ପ୍ରବକ୍ତା ସମୀମ ଜୋୟନ୍ଦା କହିଛନ୍ତି, ଆଜି ସକାଳ ସମୟରେ ୨୦ ଜଣଙ୍କ ମୃତ୍ୟୁ ଖବର ମିଳିଥିଲା । ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
USGS ଅନୁଯାୟୀ, ସୋମବାର ସ୍ଥାନୀୟ ସମୟ ୧୨.୫୯ ମିନିଟରେ ଭୂମିକମ୍ପ ହୋଇଥିଲା । ଏହି ସମୟରେ ଅଧିକାଂଶ ଲୋକ ଶୋଇଥିଲେ । ଯେତେବେଳେ ହଠାତ୍ ଭୂମିକମ୍ପ ହୋଇଥିଲା ସେମାନେ ହଠାତ୍ ଭୟଭୀତ ହୋଇଯାଇଥିଲେ । ଘର ବାହାରୁକୁ ଆସିଯାଇଥିଲେ ।

ସୂଚନାଯୋଗ୍ୟ, ୩୧ ଅଗଷ୍ଟ ୨୦୨୫ରେ, ପାକିସ୍ତାନ ସୀମା ନିକଟର ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ୨,୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୨୨ ଅକ୍ଟୋବରରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଭୂମିକମ୍ପ ହୋଇଥିଲା । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ୫.୧ ତୀବ୍ରତାର ସୂଚନା ଦେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme