
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ଓ ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ମାଷ୍ଟରମାଇଣ୍ଡ ଉମା ବିଷୋୟୀ ଓ ସୁଟର କୁରୁପତି ଭୂୟାଁଙ୍କୁ ଗିରଫ କରିଛି। ଉଭୟେ ଦୀର୍ଘଦିନ ଧରି ଫେରାର ଥିଲେ।
ପୋଲିସ ଜଣାଇଛି ଉମା ବିଷୋୟୀ ପଣ୍ଡାଙ୍କୁ ହତ୍ୟା ପାଇଁ ବିହାର ଓ ବନ୍ଥପଲ୍ଲୀର ସାର୍ପ ସୁଟର ନିୟୋଜିତ କରିଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇଛନ୍ତି।
ଗତ ୬ ତାରିଖରେ ପଣ୍ଡାଙ୍କୁ ତାଙ୍କ ବ୍ରହ୍ମପୁର ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।
