Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସଞ୍ଜ ନଇଁଲେ ଜମୁଛି ଅସାମାଜିକଙ୍କ ଆଡ୍ଡା

Posted on November 3, 2025

ପୁରୀ-କୋଣାର୍କ ବେଳାମାର୍ଗ ଅସୁରକ୍ଷିତ। ସଞ୍ଜ ନଇଁଲେ ଜମୁଛି ଅସାମାଜିକଙ୍କ ଆଡ୍ଡା। ଅନ୍ଧାରରେ ରହୁଛି ବେଳାମାର୍ଗ। ଅସୁରକ୍ଷିତ ପର୍ଯ୍ୟଟକ। ବଢୁଛି ଅସାମାଜିକ କାର୍ଯ୍ୟକଳାପ। ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ତୁରନ୍ତ ମରାମତି ପାଇଁ ବିଭିନ୍ନ ମହଲରୁ ଦାବି।

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ସହିତ ୧୩ରେ ରାମଚଣ୍ଡୀ ମୁହାଣ ନିକଟରେ ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ପର୍ଯ୍ୟନ୍ତ ଏହି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନାହିଁ। ସମୁଦ୍ରର ଲୁଣି ପବନରେ ବିଦ୍ୟୁତ୍ ଖୁଣ୍ଟ ସବୁ ବିପଦରେ। କେତେବେଳେ ଯେ ଗଳିପଡିବ ଭରଷା ନାହିଁ। ସନ୍ଧ୍ୟା ହେଲେ ପର୍ଯ୍ୟଟକମାନେ ବେଳାଭୂମିରେ ନରହି ଫେରି ଯାଉଛନ୍ତି। ଅନ୍ଧାରର ସୁଯୋଗ ନେଇ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ବେଳାମାର୍ଗ ରାସ୍ତା ପାର୍ଶ୍ୱରେ ବାଲୁଖଣ୍ଡ ଅଭୟାରଣ୍ୟ ଥିବାରୁ ବନ୍ୟଜନ୍ତୁଙ୍କ ଭୟ ରହୁଛି। ଫଳରେ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କତେକ ଏଲଇଡି ଚୋରି ହୋଇଯାଇଥିବା ପରିଲକ୍ଷିତ ହୋଇଛି। 

​​​

ଇକୋ ରିଟ୍ରିଟ୍ ସମୟରେ ଏଲଇଡି ବିଦ୍ୟୁତ୍ ବଲବ ଲଗାଯାଇ ୩ମାସ ପରେ ଖୋଲି ଦିଆଯାଉଛି। ଫଳରେ ବେଳାମାର୍ଗ ପୁର୍ନବାର ଅନ୍ଧାରରେ ରହୁଛି। ସନ୍ଧ୍ୟା ପରେ ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ୍ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ତୁରନ୍ତ ମରାମତି ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme