Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଦ ପିଇ ଗାଡ଼ି ଚାଳନାକୁ ରୋକିବ ଏହି ସ୍ୱତନ୍ତ୍ର ଡିଭାଇସ୍‌

Posted on November 3, 2025

ଆମ ଦେଶରେ ମଦ ପିଇ ଗାଡ଼ି ଚାଳନା ଲାଗି କଡ଼ା ଆଇନଗତ ପ୍ରାବଧାନ ରହିଛି । ଏହା ସତ୍ତେ୍ୱ ଏପରି ମାମଲାର ସଂଖ୍ୟା କମୁନାହିଁ । ଏଭଳି ସ୍ଥଳରେ ଗୁଜରାଟର ଜଣେ ବ୍ୟକ୍ତି ମିଥିଲେଶ ପଟେଲ ପ୍ରଯୁକ୍ତି ଜରିଆରେ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିଛନ୍ତି । ସେ ଏକ ସ୍ୱତନ୍ତ୍ର ଡିଭାଇସ୍‌ ବିକଶିତ କରିଛନ୍ତି । ତାହା ମଦ ପିଇ ଗାଡ଼ି ଚାଳନାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ ଦାବି କରିଛନ୍ତି ।

ମିଥିଲେଶ ପୂର୍ବରୁ ସରକାରୀ କାର୍ଯ୍ୟାଳୟକୁ ମଦ ପିଇ ଆସୁଥିବା ଲୋକଙ୍କ ଚିହ୍ନଟ ଲାଗି ଏକ ଡିଭାଇସ୍‌ ବା ଯନ୍ତ୍ର ବନାଇଥିଲେ । ସେହି ପ୍ରଯୁକ୍ତିକୁ ଆହୁରି ଉନ୍ନତ କରି ତାକୁ ଏହି ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ପ୍ରୋଟେକ୍ସନ୍‌ ଡିଭାଇସ୍‌ ‘କବଚ’ ରୂପ ଦେଇଛନ୍ତି । ତାଙ୍କ ଅନୁସାରେ, ଏହି ଯନ୍ତ୍ରକୁ ଗାଡି଼ରେ ଲଗାଯାଇପାରିବ । ଚାଳକ ମଦ ପିଇଥିଲେ ଏବଂ ଗାଡି଼ର ବେଗ ନିର୍ଦ୍ଧାରିତଠାରୁ ଅଧିକ ହେଲେ ଏହି ସିଷ୍ଟମ ଗାଡି଼କୁ ଇନ୍ଧନ ଯୋଗାଣ ବନ୍ଦ କରିଦେବ । ଫଳରେ ଇଞ୍ଜିନ୍‌ ବନ୍ଦ ହୋଇଯିବ । ଏଥିସହ ଏହା ପୁଲିସ କିମ୍ବା ଗାଡି଼ ମାଲିକଙ୍କୁ ଇ-ମେଲ୍‌ ଆଲର୍ଟ ପଠାଇବ । ସେହି ଇ-ମେଲ୍‌ରେ ଚାଳକଙ୍କ ଶରୀରରେ ଆଲ୍‌କୋହଲର ମାତ୍ରା ଉଲ୍ଲେଖ ରହିବ ।

ଏହା ସତ୍ତେ୍ୱ ଯଦି ଚାଳକ ଗାଡି଼ ଚାଳନା ଜାରି ରଖନ୍ତି ତେବେ ପ୍ରତି ୧୫ ସେକେଣ୍ଡରେ ‘କବଚ’ ତାଙ୍କ ଶରୀରରେ ଆଲ୍‌କୋହଲର ମାତ୍ରାକୁ ସ୍କାନ୍‌ କରିଚାଲିବ । ବ୍ୟକ୍ତି ଅଧିକ ମଦ ପିଇଥିଲେ ଗାଡି଼ର ୱିଣ୍ଡଶିଲ୍‌ଡ ନିକଟରେ ଲାଲ୍‌ ରଙ୍ଗର ଚେତାବନୀ ବତି ଜଳିଉଠିବ । ସେଥିଯୋଗୁ ଡ୍ୟୁଟିରେ ଥିବା ପୁଲିସକର୍ମୀ ସଜାଗ ହୋଇଯିବେ। ଚାଳକ କମ୍‌ ମାତ୍ରାରେ ମଦ ପିଇଥିଲେ ଏହା ହଳଦିଆ ରଙ୍ଗର ଚେତାବନୀ ଦେବ । ଏହି ‘କବଚ’କୁ ଡ୍ରୋନ୍‌ରେ ମଧ୍ୟ ସଂଯୋଗ କରାଯାଇପାରିବ ବୋଲି ମିଥିଲେଶ ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme